କନକ ବ୍ୟୁରୋ : ଶୁକ୍ରବାର ଭାରତୀୟ ୱିକେଟକିପର ବ୍ୟାଟର ଋଷଭ ପନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଋଷଭ ଗୁରୁତର ଭାବେ ଆହତ ହୋଇଛନ୍ତି । ଋଷଭଙ୍କ ପିଠି, ମୁଣ୍ଡ, ଗୋଡ ଓ ହାତରେ ଆଘାତ ଲାଗିଛି । ତେବେ ତୁରନ୍ତ ଋଷଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ଚିକିତ୍ସା ଜାରି ରହିଛି । ତେବେ ଋଷଭଙ୍କୁ ନେଇ ଏବେ ସୁବଠୁ ବଡ ଅପଡେଟ ସାମ୍ନାକୁ ଆସିଛି ।
ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । କିନ୍ତୁ ଋଷଭ ଠିକ୍ ଅଛନ୍ତି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ଋଷଭଙ୍କ ଚିକିତ୍ସା ଭଲ ଭାବେ ଚାଲିଛି, ଏବେ ତାଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ସିଫ୍ଟ କରାଯିବାକୁ ଚିନ୍ତା କରାଯାଉନାହିଁ । ଏପରିକି ଋଷଭଙ୍କ ପରିବାର ମଧ୍ୟ ଚିକିତ୍ସାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Advertisment

ଅନ୍ୟପଟେ ବିସିସିଆଇର ସୂତ୍ର ଅନୁଯାୟୀ, ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ଡାକ୍ତରମାନଙ୍କ ସହ ଲଗାତାର ସମ୍ପର୍କରେ ରହିଛନ୍ତି ବିିସିସିଆଇ ଅଧିକାରୀ । ଏପରିକି ଋଷଭଙ୍କ ବାବଦରେ ପ୍ରତିଟି ନିର୍ଣ୍ଣୟ ନେବା ପୂର୍ବରୁ ବିସିସିଆଇ ଅଧିକାରୀଙ୍କ ସହ ଡାକ୍ତର ପରାମର୍ଶ କରିବେ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଯେତେବେଳେ ତାଙ୍କୁ ହସ୍ପିଟାଲ ଅଣାଗଲା ସେତେବେଳେ ପନ୍ତ ସମ୍ପୂର୍ଣ୍ଣ ଭାବେ ହୋସରେ ଥିଲେ ଏବଂ ନିଜ ମାଙ୍କୁ ସରପ୍ରାଇଜ ଦେବାକୁ ଘରକୁ ଆସୁଥିବା କହିଥିଲେ ।

ଏହାଛଡା ପନ୍ତଙ୍କର ଯେଉଁ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ତାହା ନିଆଁରେ ପନ୍ତଙ୍କର ଶରୀର ଜଳିବାର ଦାଗ ନୁହେଁ ବରଂ କାରରେ ନିଆଁ ଲାଗିବା ପରେ ପନ୍ତ କାଚ ଭାଙ୍ଗି ବାହାରକୁ ଆସିବା ପରେ ଏମିତି କ୍ଷତାକ୍ତ ହୋଇଥିଲେ ।