ବିଶ୍ୱକପ୍ ଦଳ ଚୟନ ପରେ ବି ତୁଟୁନି ଅଡୁଆ । ପନ୍ଥଙ୍କୁ ୧୫ ଜଣିଆ ଦଳରେ ସ୍ଥାନ ନମିଳିବାକୁ ନେଇ ଅସନ୍ତୋଷ ଜାହିର କଲେ ରିକି ପଣ୍ଟିଂ ।

311

କନକ ବ୍ୟୁରୋ : ନିକଟରେ ଘୋଷଣା ହୋଇଛି ବିଶ୍ୱକପ୍ କ୍ରିକେଟ ପାଇଁ ଭାରତୀୟ ଟିମ୍ । ୧୫ ଜଣିଆ ଦଳରେ ସ୍ଥାନ ପାଇନାହାନ୍ତି ଦଳର ଯୁବ ୱିକେଟ କିପର ବ୍ୟାଟସମ୍ୟାନ୍ ରିଷଭ୍ ପନ୍ଥ । ଦିନେଶ କାର୍ତିକଙ୍କୁ ସ୍ଥାନ ଦେଇ ପନ୍ତଙ୍କୁ ବାଦ୍ ଦେଇଛନ୍ତି ଚୟନକର୍ତା । ଭାରତୀୟ ଚୟନ କମିଟିର ଏପରି ନିଷ୍ପତି କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରିକି ପଟିଂଙ୍କୁ ଚକିତ କରିଛି । ପଟିଂ କହିଛନ୍ତି ଭାରତୀୟ ଚୟନକର୍ତ୍ତା ପନ୍ଥଙ୍କୁ ଦଳରୁ ବାଦ୍ ଦେଇ, ଟିମର ଏକ୍ସ ଫ୍ୟାକ୍ଟରକୁ ବାଦ୍ ଦେଇଛନ୍ତି । ବହୁ ସମାଲୋଚନା ପରେ ପନ୍ଥଙ୍କୁ ଏକ୍ସଟ୍ରା ପ୍ଲେୟାର ଭାବେ ଟିମରେ ସ୍ଥାନ ଦେଇଛି ବିସିସିଆଇ ।

ଦଳ ଘୋଷଣା ହେବା ଦିନ ସଂଧ୍ୟାରେ ପଟିଂ ପନ୍ଥଙ୍କୁ ହୋଟେଲରେ ଭେଟିଥିଲେ । କିଛି ସମୟ କଥା ହୋଇଥିଲେ । ୨୧ ବର୍ଷୀୟ କ୍ରିକେଟର ଏବେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସ ପକ୍ଷରୁ ଖେଳୁଛନ୍ତି । ହୋଟେଲରେ କିଛି ସମୟ କଥା ହେବା ସହିତ ତାଙ୍କର ମନୋବଳ ବଢାଇବା ପାଇଁ ପରାମର୍ଶ ଦେଇଥିଲେ ପଟିଂ । ପଟିଂ ଏବେ ଦିଲ୍ଲୀ କ୍ୟାପିଟାଲସର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଉଛନ୍ତି । ପନ୍ଥଙ୍କ ଖେଳକୁ ଅତି ପାଖରୁ ଦେଖିବା ସହିତ ତାଙ୍କର ଦକ୍ଷତାକୁ ପରଖିଛନ୍ତି । ପଟିଂଙ୍କ କହିବା କଥା ଭାରତୀୟ ଟିମ ପାଇଁ ଚତୁର୍ଥ ସ୍ଥାନର ସମସ୍ୟା ରିଷଭ୍ ପନ୍ଥ ଦୂର କରିପାରିଥାନ୍ତେ ।

୩୦ ମେ ରୁ ଆରମ୍ଭ ହେବ ବିଶ୍ୱକପ୍ । ଜୁନ୍ ୫ରେ ଭାରତ-ଦକ୍ଷିଣଆଫ୍ରିକା ବିପକ୍ଷରୁ ଆରମ୍ଭ କରିବ ବିଶ୍ୱକପ୍ ଅଭିଯାନ । ତେବେ ପନ୍ଥଙ୍କୁ ବିଶ୍ୱକପ୍ ଦଳ ଚୟନରୁ ବାଦ୍ ଦେବା ନେଇ ଚାରି ଆଡୁ ସମାଲୋଚିତ ହେବା ପରେ ବିସିସିଆଇ ରିଷଭ୍ ପନ୍ଥ ଓ ଅମ୍ବାତି ରାୟୁଡୁଙ୍କୁ ଷ୍ଟାଣ୍ଡବାଇ ପ୍ଲେୟାର ଭାବେ ଟିମରେ ସ୍ଥାନ ଦେଇଛି । ଅର୍ଥାତ୍ ପନ୍ତ ଏଥର ଚୂଡାନ୍ତ ଏକାଦଶରେ ସ୍ଥାନ ପାଅନ୍ତୁ ବା ନପାଅନ୍ତୁ, କିନ୍ତୁ ବିଶ୍ୱକପ୍ ପାଇଁ ଟିମ ଇଣ୍ଡିଆ ସହିତ ଯାତ୍ରା କରିବେ ।