ପରଲୋକରେ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ଶିକ୍ଷାବିତ୍ ବୈଦ୍ୟନାଥ ମିଶ୍ର ! ଭୁବନେଶ୍ୱର ସ୍ଥିତ ବାସଭବନରେ ୯୯ ବର୍ଷ ବୟସରେ ବୁଜିଲେ ଆଖି , ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଶିଷ୍ଟ ବ୍ୟକ୍ତି

202

ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଶିକ୍ଷାବିତ୍ ବୈଦ୍ୟନାଥ ମିଶ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ଗତକାଲି ରାତିରେ ଭୁବନେଶ୍ୱରରେ ବୈଦ୍ୟନାଥ ମିଶ୍ର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ରାଜ୍ୟର ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ଓ ଶିକ୍ଷାବିତ୍ ଥିଲେ ।

ସେ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ମଧ୍ୟ ଲେଖୁଥିଲେ । ତାଙ୍କ ପରଲୋକ ଖବର ପାଇବା ପରେ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ସହିଦନଗର ସ୍ଥିତ ବାସଭବନକୁ ଯାଇ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ବୈଦ୍ୟନାଥ ମିଶ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।