ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ବାଲେଶ୍ୱର ରେମୁଣାରେ ଉତ୍ତେଜନା: ମିଶନ ଶକ୍ତି ଭବନରେ ଏସଏଚଜି ମହିଳା ବାଣ୍ଟୁଥିଲେ ଟଙ୍କା

482

କନକ ବ୍ୟୁରୋ: ଟଙ୍କା ବଂଟା ଅଭିଯୋଗକୁ ନେଇ ବାଲେଶ୍ୱର ରେମୁଣାରେ ଉତେଜନା । ରେମୁଣା ମିଶନ ଶକ୍ତି ଭବନ ପରିସରରେ କିଛି ଏସଏଚଜି ମହିଳା ଟଙ୍କା ବାଂଟୁଥିବା ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଂଚିବା ପରେ ଉତେଜନା ଦେଖା ଦେଇଛି । ଭୋଟ୍ ରାଜନୀତିକୁ ପ୍ରଭାବିତ କରିବା ପାଇଁ ଏସଏଚଜି ମହିଳାମାନେ ଟଙ୍କା ବାଂଟୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚିବା ପରେ ସଂପୃକ୍ତ ମହିଳାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ସେପଟେ ଘଟଣାସ୍ଥଳରେ ପୁଲିସ ପହଂଚି କିଛି ଧଳା ଲଫାଫା ଜବତ କରିଛି । ପ୍ରତି ଧଳା ଲଫାଫାରେ ୫୦୦ ଟଙ୍କିଆ ନୋଟ୍ ରହିଥିଲା । ସେହି ଲଫାଫାରୁ ଟଙ୍କା ବାହାର କରି ଗଣତି କରୁଛି ରେମୁଣା ପୁଲିସ ।