ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ କୋର୍ଟରେ ସାକ୍ଷ୍ୟ ଗ୍ରହଣ । କୋର୍ଟରେ ହାଜର ହେଇ ସାକ୍ଷୀ ଦେଲେ ମୃତ ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମାରାଣୀ ।

1,524

କନକ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ କୋର୍ଟରେ ହୋଇଛି ସାକ୍ଷ୍ୟ ଗ୍ରହଣ । ମୃତ ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମାରାଣୀ କୋର୍ଟରେ ହାଜର ହୋଇଛନ୍ତି । ଏହି ମାମଲାରେ ୫୧ ନମ୍ବର ସାକ୍ଷୀ ହେଉଛନ୍ତି ରୀମା । ବୋମା ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇଥିଲେ ରୀମା । ୨୦୧୮ ଫେବ୍ର୍ରୁୟାରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ଘଟଣା ଘଟିଥିଲା । ୨୬ ବର୍ଷୀୟ ଯୁବ ଇଞ୍ଜିନିୟର ସୌମ୍ୟଶେଖରଙ୍କ ବିବାହ ପରେ ପରେ ଉପହାର ଭାବେ ବୋମା ପଠାଇଥିଲା ଅଭିଯୁକ୍ତ ପୁଂଜିଲାଲ ମେହେର । ସୌମ୍ୟଙ୍କ ମାଆଙ୍କ କଲେଜ୍ ଅଧ୍ୟକ୍ଷ ପଦକୁ ନେଇ ଥିବା ଇର୍ଷା ଘଟାଇଥିଲା ପୁରା ଘଟଣା । ଯେଉଁଥିରେ ସୌମ୍ୟଶେଖର ଏବଂ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ରୀମା । ଘଟଣାରେ ଗିରଫ ହୋଇ ଜେଲରେ ଅଛି ଅଭିଯୁକ୍ତ ପୁଜିଂଲାଲ ମେହେର ।