ମୁହଁ ଖୋଲିଲେ ପାଟଣାଗଡ ପାର୍ସଲ ବୋମା ପୀଡିତା ! ପୁରୁଣା ପେପରରୁ ଜାଣିଲେ ସ୍ୱାମୀଙ୍କ ମୃତ୍ୟୁ ଖବର, ହସ୍ପିଟାଲ ବେଡରୁ ମାଗିଲେ ନ୍ୟାୟ

57

କନକ ବ୍ୟୁରୋ : ସ୍ୱାମୀଙ୍କ ମୃତ୍ୟୁର ଖବର ପାଇବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ରୀମା ସାହୁ । ସ୍ୱାମୀ ସୌମ୍ୟଶେଖରଙ୍କ ଗୁଣଙ୍କୁ ପ୍ରଶଂସା କରିବା ସହ ମୃତ୍ୟୁର ଷଡଯନ୍ତ୍ର ରଚିଥିବା ଖଳନାୟକଙ୍କୁ ଧରିବାକୁ ଦାବି କରିଛନ୍ତି । ଏବେ ହସ୍ପିଟାଲ ବେଡରେ ଥାଇ ନ୍ୟାୟ ମାଗୁଛନ୍ତି ରୀମା ସାହୁ ।

ବୈବାହିକ ଜୀବନ ଜୀଇଁବା ଆଗରୁ ବିଧବା ପାଲଟି ଯାଇଥିବା ରୀମାଙ୍କ ମୁହଁରୁ ଯେମିତି ଉଭାନ୍ ହୋଇଯାଇଛି ସବୁ ହସ-ଖୁସି । ସ୍ୱାମୀ ସୌମ୍ୟଶେଖର ସହ ବିତିଥିବା ସେହି ୫ ଦିନର କଥା ମନକୁ ଆସିଗଲେ, ମନର କୋହ ଓ ଆଖିର ଲୁହକୁ ଯେତେ ଲୁଚାଇଲେ ଚେଷ୍ଟା କଲେ, ବି ଅସମର୍ଥ ହେଉ ନାହାଁନ୍ତି ରୀମା । ଆଉ ହସ୍ପିଟାଲ ବେଡରେ ଥାଇ ନ୍ୟାୟ ମାଗୁଛନ୍ତି-ପାର୍ସଲ ବେମାର ପୀଡ଼ିତା ।ତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି । ବିନା ଦୋଷରେ ତାଙ୍କ ନିରୀହ ସୌମ୍ୟ ଶେଖରଙ୍କ ମୃତ୍ୟୁ ହୋଇଛି । ପାର୍ସଲ କେଉଁଠୁ ଆସିଥିଲା, କିଏ ଦେଇଥିଲା, ତାହାର ସବିଶେଷ ଯାଞ୍ଚ କରାଯାଉ ବୋଲି ରୀମା ଦାବି କରିଛନ୍ତି । ଏହି ଘଟଣାରେ ସୌମ୍ୟ ଶେଖରଙ୍କର କିଛି ବି ଦୋଷ ନଥିଲା । ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଥିବା କହିଛନ୍ତି ।

marriage giftସଳଖୀ ଛିଡ଼ା ହେବା ପାଇଁ ରୀମା ସାହୁଙ୍କୁ ଲାଗିଗଲା ୨୫ ଦିନ ସମୟ । ହେଲେ ଏହି ୨୫ ଦିନ ଭିତରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । ଆଉ ଜଳଖିଆ ଖାଇବା ବେଳେ, ଯେତେବେଳେ ପୁରୁଣା ଖବରକାଗଜ ହାତରେ ଲାଗିଲା, ସେତେବେଳେ ନିଷ୍ଠୁର ସତ୍ୟ ସହ ହେଲା ପରିଚୟ । ଏହି ପୁରୁଣା ପେପର ଯେମିତି, ରୀମାଙ୍କୁ ଦେଉଥିଲା ନୂଆ ଖବର । ଖସି ଯାଇଥିଲା ତାଙ୍କ ପାଦ ତଳରୁ ମାଟି । ସ୍ୱାମୀ ତ ମରି ଯାଇଛନ୍ତି, ତାଙ୍କୁ କାହିଁକି ବଂଚାଇଲ ବୋଲି କାନ୍ଦି କାନ୍ଦି କହୁଥିଲେ ରିମା । ପ୍ରାୟ ୪ -୫ ଘଂଟା ପର୍ୟ୍ୟନ୍ତ ତାଙ୍କୁ ସମ୍ଭାଳିବା ପାଇଁ ଡାକ୍ତର, ନର୍ସ ଓ ପରିବାର ଲୋକ ନୟାନ୍ତ ହୋଇଥିଲେ ।

ଫେବୃୟାରୀ ମାସ ୨୩ ତାରିଖ, ସେତେ ଯେମିତି ମୃତ୍ୟୁର ଦୂତ ହୋଇ ଆସିଥିଲା ପାର୍ସଲ ବୋମା । ପ୍ରାୟ ଗୋଟିଏ ମାସ ସମୟ ବିତି ଯାଇଥିଲେ ବି ମୃତ୍ୟୁର ଷଡଯନ୍ତ୍ର ରଚିଥିବା ବ୍ୟକ୍ତି ମିଳୁନି ଖୋଜ୍ଖବର । ଆଉ ଏସବୁ ଭିତରେ ନ୍ୟାୟ ପାଇଁ ଗୁହାରୀ କରୁଛନ୍ତି ରୀମା ସାହୁ ।