କନକ ବ୍ୟୁରୋ: ୱାଲମାର୍ଟ୍ ଓ ଆମାଜନକୁ ଟକ୍କର ଦେବେ ମୁକେଶ ଅମ୍ବାନି । ଏସିଆର ସବୁଠୁ ଧନୀ କୁହାଯାଉଥିବା ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନି ଇ-ବ୍ୟବସାୟ କ୍ଷେତ୍ରରେ ପାଦ ଦେବା ଘୋଷଣା କରିଛନ୍ତି । ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀରେ ମୁକେଶ ଏହି ଘୋଷଣା କରି ଥିବାବେଳେ ଆଗକୁ ଜୋରଦାର ପ୍ରତିଯୋଗିତା ହେବା କୁହାଯାଉଛି । ୨୦୦୬ରୁ ରିଟେଲ୍ କ୍ଷେତ୍ରରେ ରିଲାଏନ୍ସ ରିଟେଲ ନିଜ ଉପସ୍ଥିତି ଜାହିର୍ କରିସାରିଛି ।
ବର୍ତମାନ ଦେଶରେ ୧୦ ହଜାରରୁ ଅଧିକ ରିଲାଏନ୍ସ ରିଟେଲ୍ ଆଉଟଲେଟ୍ ରହିଛି । ଆଗକୁ ଜିଓ ସହାୟତାରେ ମୁକେଶ ଅମ୍ବାନି ପରିଚାଳିତ ରିଲାଏନ୍ସ ଗ୍ରୁପ୍ ଇ-କମର୍ସ କ୍ଷେତ୍ରରେ ପ୍ରବେଶ କରିବ । ତେବେ ଏଥିପାଇଁ ଉଭୟ ଅଫଲାଇନ୍ ଓ ଅନଲାଇନ୍ ବ୍ୟବସାୟୀଙ୍କୁ ଯୋଡ଼ା ଯିବ । ୧୮ ମାସ ମଧ୍ୟରେ ଏହା ଆରମ୍ଭ ହେବା ମୁକେଶ ଅମ୍ବାନି ସୂଚନା ଦେଇ ଥିବାବେଳେ ଆଗକୁ ଏହା ୱାଲମାଟର୍୍ ଓ ଆମାଜନକୁ ଟକ୍କର ଦେବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/Sequence-1-01563119.jpg)
/kanak/media/post_attachments/wp-content/uploads/2018/10/mukesh-ambani-jio-feature-phone-300x169.jpg)