ମୁକେଶ ନେବେନି ବର୍ଷକର ବେତନ । ସାଲାରୀ କାଟ୍ ଘୋଷଣା କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ । ୧୦ରୁ ୫୦% ପର୍ଯ୍ୟନ୍ତ କଟାଯିବ କର୍ମଚାରୀଙ୍କ ଦରମା

Advertisment
ମୁକେଶ ନେବେନି ବର୍ଷକର ବେତନ । ସାଲାରୀ କାଟ୍ ଘୋଷଣା କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ । ୧୦ରୁ ୫୦% ପର୍ଯ୍ୟନ୍ତ କଟାଯିବ କର୍ମଚାରୀଙ୍କ ଦରମା

image courtesy-http://www.zeebiz.com

କନକ ବ୍ୟୁରୋ: କରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଶିଳ୍ପ ମଧ୍ୟରେ ରହିଛି ପେଟ୍ରୋଲିୟମ ଶିଳ୍ପ । ବିଶ୍ୱ ବଜାରରେ ତେଲ ଦର ଶୂନ ତଳକୁ ଖସିଯାଇଛି । ଏହା ଦ୍ୱାରା ପେଟ୍ରୋଲିୟମ ରିଫାଇନାରୀ ଶିଳ୍ପ ବ୍ୟାପକଭାବେ କ୍ଷତିଗ୍ରସ୍ତ ହେଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମଧ୍ୟ ଏହା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ଏହାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ନିଜର ହାଇଡ୍ରୋକାର୍ବନ ଡିଭିଜନର ବରିଷ୍ଠ ଅଧିକାରୀମାନଙ୍କ ଦରମା କାଟିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ଷକୁ ୧୫ ଲକ୍ଷରୁ ଟଙ୍କାରୁ ଅଧିକ ଦରମା ନେଉଥିବା କର୍ମଚାରୀଙ୍କ ଦରମା ୩୦ରୁ ୫୦ପ୍ରତିଶତ ପର୍ଯ୍ୟନ୍ତ କାଟ କରାଯିବ । ଏପରିକି କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ମଧ୍ୟ ନିଜର ସମସ୍ତ ଦରମା କାଟ କରିଛନ୍ତି । କିନ୍ତୁ ବର୍ଷକୁ ୧୫ ଲକ୍ଷରୁ ଟଙ୍କାରୁ କମ ଦରମା ନେଉଥିବା କର୍ମଚାରୀଙ୍କ ଦରମା କାଟ କରାଯିବ ନାହିଁ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।

ପ୍ରକାଶିତ କମ୍ପାନିର ଆର୍ଥିକ ଫଳାଫଳ ଅନୁସାରେ କମ୍ପାନିର ତ୍ରୈମାସିକ ଲାଭ ୩୯ ପ୍ରତିଶତ ହ୍ରାସ ପାଇଛି । ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିଟ୍ ଲାଭ ୩୬ ପ୍ରତିଶତ ହ୍ରାସ ପାଇ ୬୫୪୬ କୋଟି ହୋଇଥିବା କଂପାନି ଘୋଷଣା କରିଛି। ଜିଓର ନିଟ୍ ଲାଭ ୧୭୭ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟି ଟଙ୍କା ହୋଇଛି। କଂପାନି ୪୩,୧୨୫ କୋଟି ଟଙ୍କାର ରାଇଟ୍‌ ଇସ୍ୟୁ ଘୋଷଣା କରିଥିବା ବେଳେ ‘ଜିଓମିଟ୍‌’ ନାମକ ଭିଡିଓ ପ୍ଲାଟଫର୍ମ ଆଣିବ ଏବଂ ମୂଳ କଂପାନିରୁ ତୈଳ ଓ ଗ୍ୟାସ୍‌ କାରବାରକୁ ଅଲଗା କରିବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe