କନକ ବ୍ୟୁରୋ: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ୪୬ ତମ ଏଜିଏମରେ ବଡ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ସାରାଦେଶରେ ଜିଓ ଏୟାର ଫାଇବରର ଲଞ୍ଚର ତାରିଖ ଘୋଷଣା ହୋଇଛି । ଆଗାମୀ ଗଣେଶ ଚତୁର୍ଥୀ ଅବସରରେ ଅର୍ଥାତ ସେପ୍ଟେମ୍ବର ୧୯ରେ ଏହି ସେବାକୁ ସାରା ଦେଶରେ ଆରମ୍ଭ କରାଯିବ । ଏହା ଗ୍ରାହକଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବ । କମ୍ପାନୀ ରିଟେଲ ଗ୍ରାହକଙ୍କୁ ଗୋଟିଏ ନିର୍ଦ୍ଧାରିତ ୱାୟାରଲେସ ଆକ୍ସେସ ଡିଭାଇସ ଜରିଆରେ ଏୟାର ଫାଇବରକୁ ପ୍ରଦାନ କରିବ । ବଜାର ଦର ଠାରୁ ଏହା କମ ଦାମରେ ଲଞ୍ଚ ହେବ ।

Advertisment

ମୁକେଶ ଅମ୍ବାନୀ ଏହି ଅବସରରେ କହିଛନ୍ତି ଯେ, ଜିଓ ଏୟାର ଫାଇବର ସେବା ସେପ୍ଟେମ୍ବର ୧୯ ତାରିଖରୁ ଦେଶରେ ଆରମ୍ଭ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଅପ୍ଟିକାଲ ଫାଇବର ଜରିଆରେ ଆମେ ପ୍ରତିଦିନ ୧୫ ହଜାର କ୍ୟାମ୍ପସକୁ ଯୋଡିଛୁ । ତେବେ ଜିଓ ଏୟାର ଫାଇବର ସହ ଆମେ ପ୍ରତିଦିନ ୧୫୦,୦୦୦ କନେକସନ ଯାଏ ଏହାକୁ ବିସ୍ତାର କରିପାରିବୁ ।

ଜିଓ ଏୟାର ଫାଇବର, ୫ଜି ନେଟୱର୍କ ଏବଂ ଉତ୍ତର ୱାୟାରଲେସକୁ ବ୍ୟବହାର କରି ଘର ଏବଂ ଅଫିସରେ ୱାୟାରଲେସ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ କରାଯିବ । ଟେଲିକମ ସେକ୍ଟରରେ ଜିଓ ଏୟାର ଫାଇବର ଆସିବା ପରେ ଅନେକ ଉତଥାନ ପତନର ସମ୍ଭାବନା ରହିଛି । କମ୍ପାନୀ ଜିଓ ଏୟାର ଫାଇବର ଜରିଆରେ ୨୦ କୋଟି ଘର ଏବଂ ଅଫିସ ପରିସରରେ ପହଞ୍ଚିବାକୁ ଆଶା ରଖିଛି । ଜିଓ ଏୟାର ଫାଇବର ଆସିବା ଦ୍ୱାରା ଜିଓ ୧.୫ ଲକ୍ଷ ନୂଆ ଗ୍ରାହକଙ୍କୁ ଯୋଡି ପାରିବେ ।