କନକ ବ୍ୟୁରୋ: ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ । ପ୍ରଦୀପଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ । ସୂଚନା ଅନୁସାରେ ଦୌଡରାଣୀ ଦୂତୀ ଚାନ୍ଦ କରିଥିବା ଅଭିଯୋଗ ଆଧାରରେ ଥିବା ମାମଲାରେ ପ୍ରଦୀପଙ୍କୁ ଗିରଫ କରିଛି ପୋଲିସ । ପ୍ରଦୀପଙ୍କ ଓକିଲ ଏନେଇ ସୂଚନା ଦେଇଛନ୍ତି । କହିଛନ୍ତି, ଦୂତୀ ଚାନ୍ଦ ପ୍ରାୟ ୨ବର୍ଷ ତଳେ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପରେ ମାମଲା କୋର୍ଟରେ ପହଁଚିଥିଲା । ପ୍ରଦୀପ କୋର୍ଟରେ ବେଲ୍ ଆବେଦନ କରିଥିଲେ । ହେଲେ,ବିଭିନ୍ନ ସମସ୍ୟା ପାଇଁ ବେଲ୍ ହୋଇପାରିନଥିଲା । ତାଙ୍କ ବିରୋଧରେ ଆଇପିସି ଧାରା, ୫୦୬, ୩୫-୪-ଏ, ୩୮୫, ୧୨୦(ବି) ଧାରା ଲାଗିଛି । ଆଉ ସେହି ପୁୁୁରୁଣା ମାମଲାରେ ତାଙ୍କୁ ଗିରଫ କରାଯାଇଛି । କିନ୍ତୁ ଏତେ ଦିନ ହେଲା ମାମଲା ରହିଥିଲେ ବି ଏବେ କାହିଁକି ଗିରଫ କରାଯାଇଛି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପଙ୍କ ଓକିଲ । ଏହି ଖବର ପାଇ ଥାନା ନିକଟରେ ବହୁ ସୂଚନା ଅଧିକାର କର୍ମୀ, ସାମାଜିକ ସଂଗଠନର ସଦସ୍ୟ ଥାନା ନିକଟରେ ପହଁଚିଛନ୍ତି । ତେବେ ଏନେଇ ପୋଲିସ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।