କନକ ବ୍ୟୁରୋ: ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଥାନାରେ ଅଟକ । ଭୁବନେଶ୍ୱର ମହିଳା ଥାନାରେ ତାଙ୍କୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ପ୍ରଦୀପଙ୍କୁ କୌଣସି ଏକ ମାମଲାରେ ପୋଲିସ ଥାନାକୁ ଡାକିଥିଲା । ତାପରେ ତାଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି । ତେବେ କେଉଁ ମାମଲାରେ ପ୍ରଦୀପଙ୍କୁ ପୋଲିସ ଡାକିଥିଲା ତାହା ସ୍ପଷ୍ଟ ହୋଇପାରିନି । ପ୍ରଦୀପ ଦୀର୍ଘ ବର୍ଷ ହେଲା ସୂଚନା ଅଧିକାର କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସୂଚନା ଅଧିକାର ଆଇନ ବଳରେ ସରକାରୀ ତଥ୍ୟ ମାଗି ଆସୁଛନ୍ତି । ଖବର ପାଇ ଥାନା ଆଗରେ ପହଁଚିଛନ୍ତି କିଛି ସୂଚନା ଅଧିକାର ଓ ସାମାଜିକ କର୍ମୀ । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ସୂଚନା ଅଧିକାରକର୍ମୀ ପ୍ରଦୀପ ପ୍ରଧାନ ଭୁବନେଶ୍ୱର ମହିଳା ଥାନାରେ ଅଟକ: ପଚରାଉଚୁରା କରିବାକୁ ପୋଲିସ ଡାକି ଅଟକ ରଖିଥିବା ସୂଚନା
/kanak/media/post_attachments/wp-content/uploads/2023/10/6-41.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)