ପଂଜଶିର ଯୋଦ୍ଧା ମାସୁଦଙ୍କୁ ଝଟକା, ସହଯୋଗୀ ଫହିମ ଦସ୍ତି ମୃତ

319

କନକ ବ୍ୟୁରୋ: ତାଲିବାନ ଆଗରେ ପ୍ରାଚୀର ହୋଇ ଛିଡା ହୋଇଥିବା ପଂଜଶିର ମୁଖ୍ୟଙ୍କୁ  ଶକ୍ତ ଧକ୍କା ଲାଗିଛି। ରେଜିଷ୍ଟେନ୍ସ ଫ୍ରଣ୍ଟ ର ପ୍ରବକ୍ତା ତଥା ମାସୁଦଙ୍କ ଡାହାଣ ହାତ କୁହାଯାଉଥିବା ଫହିମ୍ ଦସ୍ତି ପ୍ରାଣ ହରାଇଛନ୍ତି । ପଂଜଶିର ନର୍ଦ୍ଦନ ଏଲାଏନ୍ସ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଲାଗିଥିବାବେଳେ ତାଲିବାନର ଗୁଳିମାଡରେ ଫହିମ ଦସ୍ତି ପ୍ରାଣ ହରାଇଥିବା ସ୍ଥାନୀୟ ଗଣମାଧ୍ୟମ ଟୋଲ ନ୍ୟୁଜ୍ ପ୍ରକାଶ କରିଛି ।

ସୂଚନା ମୁତାବକ, ଦସ୍ତିଙ୍କ ସହ ଆଫଗାନିସ୍ତାନର ପୂର୍ବତନ ନେତା ଜେନରଲ ସାହିବ୍ ଅବଦୁଲ ବଦୁଦ ଝୋର ମଧ୍ୟ ଏହି ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ତାଲିବାନ୍ ସହ ଯୁଦ୍ଧରେ ନିଜର ଦୁଇ ଅନ୍ତରଙ୍ଗ ବନ୍ଧୁଙ୍କୁ ହରାଇଥିବା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ମାସୁଦ । ଏହାପୂର୍ବରୁ ସାମ୍ବାଦିକ ଫ୍ରଂଜ ବେଜାନଙ୍କ ସହ ଏକ ସାକ୍ଷାତକାରରେ ଯୋଗ ଦେଇ ଦସ୍ତି ,ବଦୁଦ ଝୋର କହିଥିଲେ ଯେ, ସେମାନେ କେବଳ ପଂଜଶିର ନୁହେଁ ବରଂ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ପାଇଁ ଲଢୁଛନ୍ତି । ଆଫଗାନ ବାସି ତଥା ଏଠିକାର ମହିଳାଙ୍କୁ ସମାନତା ଓ ସେମାନଙ୍କ ଅଧିକାର ବଜାୟ ରଖିବାକୁ ଏହି ଯୁଦ୍ଧ ଜାରି ରଖିବାକୁ ଦୁହେଁ କହିଥିଲେ ।