ଅପରାଜିତାଙ୍କ ରାଲି ପରେ ଝଡ଼ ! ପଦାରେ ପଡିଲା ଦଳୀୟ କନ୍ଦଳ ! ପଦ ହରାଇଲେ ଦୁଇ ସ୍ଥାନୀୟ ନେତା । 

ଅପରାଜିତାଙ୍କ ରାଲି ପରେ ଝଡ଼ ! ପଦାରେ ପଡିଲା ଦଳୀୟ କନ୍ଦଳ ! ପଦ ହରାଇଲେ ଦୁଇ ସ୍ଥାନୀୟ ନେତା । 

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ରାୟଗଡା ଆସି, ପଦଯାତ୍ରା କରିବା ପରେ ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ସତ ହୋଇଛି । ଅପରାଜିତାଙ୍କ ରାଲିରେ ସାମିିଲ ହୋଇଥିବା ଦୁଇ ଜିଲ୍ଲାସ୍ତରୀୟ ବିଜେପି ନେତାଙ୍କୁ ପଦ ହରାଇବାକୁ ପଡିଛି । ଶୀର୍ଷସ୍ତରର କନ୍ଦଳ ଯୋଗୁ ଦୁଇ ନେତାଙ୍କୁ ପଦ ହରାଇବାକୁ ପଡ଼ିଥିବା ଚର୍ଚ୍ଚା ହେଉଛି ।

ଅପରାଜିତାଙ୍କ ରାଲି ପରେ ଝଡ଼ ! ପଦାରେ ପଡିଲା ଦଳୀୟ କନ୍ଦଳ ! ପଦ ହରାଇଲେ ଦୁଇ ସ୍ଥାନୀୟ ନେତା । ରାୟଗଡା ଜିଲ୍ଲା ଯୁବ ମୋର୍ଚା ସଭାପତି ଦେବାଶିଷ ପଣ୍ଡା ଓ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରେମ ପ୍ରସାଦ ପଣ୍ଡା । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀଙ୍କ କାର୍ୟ୍ୟକ୍ରମରେ ସାମିଲ ହେବା ଏହି ଦୁଇ ନେତାଙ୍କୁ ମହଙ୍ଗା ପଡିଛି । ପଦ ହରାଇଛନ୍ତି ଏହି ଦୁଇ ନେତା । ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେପି କୋର କମିଟି । ଏନେଇ ପ୍ରେସ ବିବୃତି ମାଧ୍ୟମରେ  ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ । କୁହାଯାଇଛି, ରାୟଗଡା ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଳା ସଭାପତି ଦେବାଶିଷ ପଣ୍ଡା ଏବଂ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରେମ ପ୍ରସାଦ ପଣ୍ଡାଙ୍କୁ ଦଳରେ ବିଶୃଙ୍ଖଳା ଆଚରଣ ଯୋଗୁଁ ଜିଲ୍ଳା ବିଜେପି କୋର ଟିମ୍ ନିଷ୍ପତ୍ତି ଏବଂ ରାଜ୍ୟର ସହମତି କ୍ରମେ ୮ ତାରିଖରୁ ସଭାପତି ପଦରୁ ବାଦ କରାଗଲା ।

ଆଗକୁ ପଂଚାୟତ ନିର୍ବାଚନ ଆସୁଥିବାବେଳେ ଦୁଇ ଜିଲ୍ଲା ସ୍ତରୀୟ ନେତାଙ୍କୁ ଏମିତି ହଟାଇ ଦିଆଯିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଶୀର୍ଷ ସ୍ତରରେ ଚାଲିଥିବା କନ୍ଦଳ ଯୋଗୁଁ ଏହି ଦୁଇ ନେତାଙ୍କୁ ପଦ ହରାଇବାକୁ ପଡିଲା ବୋଲି ଚର୍ଚ୍ଚା ହେଉଛି । ସେପଟେ ପଦରୁ ହଟାଇ ଦିଆଯିବା ପରେ ପ୍ରେମ ପ୍ରସାଦ ପଣ୍ଡା କହିଛନ୍ତି, ଏହା ଦଳ ପାଇଁ ଶୁଭଙ୍କର ନୁହେଁ । ଏନେଇ ରାଜ୍ୟ ନେତ୍ୃତ୍ୱଙ୍କୁ ଜଣାଇବେ  ।

ଗତ ୪ ଓ ୫ ତାରିଖ ଦୁଇ ଦିନିଆ ରାୟଗଡା ଗ୍ରସ୍ତରେ ଆସିଥିଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ  । ସାଂସଦ ଅପରାଜିତା ଷଡଙ୍ଗୀ ଗୁଣୁପୁର ଆସି ବୁଦ୍ଧିଜୀବୀ ସମ୍ମିଳନୀ, ଚାଏ ପେ ଚର୍ଚା, ପଦଯାତ୍ରା କରିବା ସହ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ସାଂସଦଙ୍କ ଏହି କାର୍ୟ୍ୟକ୍ରମରେ ପ୍ରେମ ପ୍ରସାଦ ଓ ଦେବାଶିଷଙ୍କ ସମର୍ଥକ ସାମିଲ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe