ନିର୍ବାଚନ ପୂର୍ବରୁ ବ୍ରହ୍ମଗିରି ବିଜେଡିରେ ଫାଟ । ସଂଜୟ ଦାସ ବର୍ମାଙ୍କୁ ବିରୋଧ କରିବା ନେଇ ଶତାଧିକ କର୍ମୀଙ୍କୁ କରାଗଲା ଶପଥ ପାଠ
କନକ ବ୍ୟୁରୋ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସଜବାଜ ହେଲେଣି ନେତା ଓ କର୍ମୀ । କିଏ ହେବ ନେତା, କାହାକୁ ମିଳିବ ଏହାକୁ ନେଇ ଆରମ୍ଭ ହୋଇ ଗଲାଣି ଅଙ୍କ କଷା । ଏହାରି ଭିତର ବ୍ରହ୍ମଗିରିରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ବ୍ରହ୍ମଗିରିରେ ବିଜେଡି ଜିଲ୍ଲା ପରିଷଦ କୈଳାଶ ପରିଡାଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି ବିରାଟ ବୈଠକ । ବୈଠକରେ ସଂଜୟ ଦାସ୍ ବର୍ମାଙ୍କୁ ବୟକଟ୍ କରାଯିବା ସହ ନୂଆ ନେତାଙ୍କୁ ଦିଆଯାଇଛି ପ୍ରାଧାନ୍ୟ । ଏଥିରେ ଅନେକ ସଂଖ୍ୟାରେ ବିଜେଡି କର୍ମୀ ଏକାଠି ହୋଇ ସମୂହ ଶପଥ ପାଠ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଅଞ୍ଚଳରେ ବିକାଶ କାମ ଆଗକୁ ବଢାଇବା ଓ ସଂଜୟ ଦାସବର୍ମାଙ୍କୁ ବିରୋଧ କରିବା ନେଇ ଏହି ସମୂହ ଶପଥ ପାଠ କରାଯାଇଛି । ଏହାସହ ବ୍ୟାନରରେ ପୀନାକି ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରଖି କରାଯାଇଛି ବିରାଟ ବୈଠକ । ଏହି ବୈଠକରେ ସଂଜୟ ଦାସ ବର୍ମାଙ୍କୁ ପ୍ରତ୍ୟେକ ପଂଚାୟତରେ ବିରୋଧ କରାଯିବା ନେଇ କର୍ମୀଙ୍କ ସହ ଆଲୋଚନା କରାଯାଇଛି । ଏହି ଚିତ୍ର ହିଁ ବୟାନ କରୁଛି ବ୍ରହ୍ମଗିରି ବିଜେଡିରେ ରହିଛି କନ୍ଦଳ ।