କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହ ସମ୍ପର୍କ ତୁଟାଇ ପାରନ୍ତି ପ୍ରଶାନ୍ତ କିଶୋର । ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ କମ୍ପାନୀ ଆଇ-ପେକ ଆଉ ତୃଣମୂଳ କଂଗ୍ରେସ ସହ କାମ କରି ନପାରେ ବୋଲି ସଂକେତ ମିଳିଛି । ସୂଚନା ଅନୁସାରେ, ପଶ୍ଚିମବଙ୍ଗ, ତ୍ରିପୁରା ଓ ମେଘାଳୟରେ ପ୍ରଶାନ୍ତଙ୍କ କମ୍ପାନୀ ଆଇପେକ ଆଉ କାମ କରିବ ନାହିଁ ବୋଲି ମେସେଜ ଜରିଆରେ ଜଣାଇଛନ୍ତି ପ୍ରଶାନ୍ତ କିଶୋର । ଏନେଇ ପ୍ରଶାନ୍ତ କିଶୋର ମମତାଙ୍କୁ ଚିଠି ଲେଖିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାର ପ୍ରତି ଉତରରେ କେବଳ ଧନ୍ୟବାଦ ବୋଲି କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିବାରେ ଲାଗିଛି । ରାଜ୍ୟରେ ନଗରପାଳିକା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଦେଇଥିଲେ ପ୍ରଶାନ୍ତ । ଯାହା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତାଙ୍କୁ ପସନ୍ଦ ଆସିନଥିଲା । ଓ ପରେ ଏହାକୁ ନେଇ ହଙ୍ଗାମା ମଧ୍ୟ ହୋଇଥିବା ଜଣାପଡିଛି । ଏହାପରେ ପ୍ରଶାସନିକ ଅଧିକାରୀ ଓ ରାଜନେତା ଓ ଟିଏମସି କାର୍ଯ୍ୟକର୍ତାଙ୍କ ମଧ୍ୟରେ ଅଶନ୍ତୋଷ ଦେଖାଦେଇଛି । ଏହାପରେ ଟିଏମସି କାର୍ଯ୍ୟକର୍ତା ମାନେ ରାସ୍ତାରେ ଉହ୍ଲେଇ ବିରୋଧ ପ୍ରଦର୍ଶନ କରିଛନ୍ତି ।

ପ୍ରଶାନ୍ତ କିଶୋରଙ୍କୁ ବିରୋଧ କରିବା ପରେ ତାଙ୍କ କମ୍ପାନୀ ଆଇେପେକର ବିବାଦ ଭିତରକୁ ଆସିଛି । ଯାହାପରେ ପ୍ରଶାନ୍ତ କିଶୋର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ମଧ୍ୟ ବିବାଦ ଦେଖାଦେଇଛି । ମୁଖ୍ୟମନ୍ତ୍ରୀଙ୍କ ମମତା ବାନାର୍ଜୀଙ୍କ ମୁଖ୍ୟ ରାଜନୈତିକ ପରାମର୍ଶ ଦାତା କୁହାଯାଉଥିବା ପ୍ରଶାନ୍ତ କିଶୋର ଏହି ବିବାଦ ପରେ ସେ ଟିଏମସି ସହ ସମ୍ପର୍କ ତୁଟାଇପାରନ୍ତି ବୋଲି ସଂକେତ ଦେଇଛନ୍ତି ।