ଆତଙ୍କୀଙ୍କ ନିକଟରୁ ଜବତ ହେଲା ଷ୍ଟେୟର ଏୟୁଜି । ବଢିଲା ସୁରକ୍ଷା ଏଜେନ୍ସିଙ୍କ ଚିନ୍ତା । ଜାଣନ୍ତୁ, ଏହି ରାଇଫଲର କ୍ଷମାତା ସମ୍ପର୍କରେ...

Advertisment
ଆତଙ୍କୀଙ୍କ ନିକଟରୁ ଜବତ ହେଲା ଷ୍ଟେୟର ଏୟୁଜି । ବଢିଲା ସୁରକ୍ଷା ଏଜେନ୍ସିଙ୍କ ଚିନ୍ତା । ଜାଣନ୍ତୁ, ଏହି ରାଇଫଲର କ୍ଷମାତା ସମ୍ପର୍କରେ...

କନକ ବ୍ୟୁରୋ : ଜମ୍ମୁକାଶ୍ମୀର କୁପୱାଡା ଜିଲ୍ଲାରେ ଗତ ଗୁରୁବାର ଦିନ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କୀଙ୍କ ନିକଟରୁ ମିଳିଛି ଅଷ୍ଟ୍ରିୟା ନିର୍ମିତ ଷ୍ଟେୟର ଏୟୁଜି ଆସଲ୍ଟ ଲାଇଫଲ । ଯାହାକୁ ନେଇ ସୁରକ୍ଷା ଏଜେନ୍ସି ଚିନ୍ତାରେ ପଡିଯାଇଛି । ଷ୍ଟେୟର ଏୟୁଜି ରାଇଫଲକୁ ମଡ୍ୟୁଲାର ହତିଆର ଭାବେ ଡିଜାଇନ୍ କରାଯାଇଛି । ଏହି ରାଇଫଲକୁ ଏକ ଆସଲ୍ଟ ଲାଇଫଲ, ଏକ କର୍ବାଇନ୍, ଏକ ସବମରିନ୍ ଗନ୍ ଏବଂ ଏକ ଓପନ୍ ବୋଲ୍ଟ ଲାଇଟ୍ ମେଶିନ୍ ଗନ୍ ଭାବେ ବ୍ୟବହାର କରାଯାଇପାରିବ ।

ମିଳିଥିବା ସୂଚନା ଆଧାରରେ, ନିହତ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଅନେକ ମାରଣାସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି । କେବଳ ଏତିକି ନୁହେଁ, ଯୁଦ୍ଧ ସାମଗ୍ରୀ ଏବଂ ପାକିସ୍ତାନୀ ପରିଚୟ ପତ୍ର ଜବତ ହୋଇଛି । ଆଉ ଜବତ ହୋଇଥିବା ଗୋଳାବାରୁଦ ମଧ୍ୟରେ ଷ୍ଟେୟର ଏୟୁଜି ଗନ୍ ସାମିଲ ରହିଛି ।

ପୂର୍ବରୁ ଆତଙ୍କବାଦୀଙ୍କ ନିକଟରୁ ଆମେରିକା ନିର୍ମୀତ ଏମ୍-୪ କାର୍ବାଇନ୍ ରାଇଫଲ ଜବତ ହୋଇସାରିଛି । ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ଏମ-୪ର ବ୍ୟବହାର ଶୀର୍ଷ କମାଣ୍ଡୋ ଏବଂ ଜମ୍ମୁ ଓ କାଶ୍ମୀରରରେ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ଅଧିକମାତ୍ରାରେ ବ୍ୟବହାର କରାଯାଇଥାଏ । ଏହି ରାଇଫଲ ଏକ ଆଡଭାନ୍ସ ରାଇଫଲ ହେବା ସହ ଏଥିରେ ରାତିରେ ଦେଖିପାରିଲା ଭଳି ଉପକରଣ ମଧ୍ୟ ରହିଛି । ଆତଙ୍କବାଦୀଙ୍କ ନିକଟରେ ଏପରି ଅତ୍ୟାଧୁନିକ ରାଇଫଲ ମିଳିବା ଚିନ୍ତାଜନକ ବିସୟ ବୋଲି କହିଛନ୍ତି ଜଣେ ବରିଷ୍ଠ ସେନା ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe