ଜରିମାନା ଆଦାୟ କୋହଳ ହେଲା, ଲାଇସେନ୍ସ ପାଇଁ ଲମ୍ବା ଲାଇନ୍ ଲାଗିଲା । ଆରଟିଓ କାର୍ଯ୍ୟାଳୟରେ ସ୍ଥିତି ପରଖିଲା କନକ ନ୍ୟୁଜ୍  । ସାମ୍ନାକୁ ଆସିଲା ସାଙ୍ଘାତିକ ସତ 

ଆରଟିଓ କାର୍ଯ୍ୟାଳୟରେ ଶହ ଶହ ଲୋକଙ୍କ ଭିଡ଼ ।

1,227
କନକ ବୁାରୋ: ନୂଆ ମୋଟର ଯାନ ଆଇନରେ ମୋଟା ଅଙ୍କର ଜୋରିମାନା ଆଦାୟ ପରେ ଏବେ ଆରଟିଓ କାର୍ଯ୍ୟାଳୟରେ ଶହ ଶହ ଲୋକଙ୍କ ଭିଡ଼ । କିଛି ବର୍ଷ ହେଲା ଡ୍ରାଇଭିଂ ଲାଇସେନ୍ସ, ଆରସି ଭଳି ସବୁ ଆବେଦନ ଅନଲାଇନରେ କରିବାକୁ ପଡ଼ୁଥିବା ବେଳେ, ଆରଟିଓ ଅଫିସରେ ସାହାଯ୍ୟ କରିବା ପାଇଁ କେହି କର୍ମଚାରୀ ନାହାନ୍ତି । ଅନଲାଇନରେ ବିଭିନ୍ନ ଫି ଦେବାକୁ ଚାହିଁଲେ ବି ଜମା କରିହେଉନି । କାରଣ ସବୁ ଆରଟିଓ ଅଫିସର ସର୍ଭର ଅଚଳ । ଲୋକେ ବାଧ୍ୟ ହୋଇ ସରକାରୀ ଶୁଳ୍କ ଜମା କରିବା ପାଇଁ ଆରଟିଓ ଅଫିସର ଖଚାଖଚ ଭିଡ଼ଓରେ ଧାଡ଼ି ଲଗାଇଛନ୍ତି ।
ଭୁବନେଶ୍ୱର ଆରଟିଓ ଅଫିସ ସାମନା ରାସ୍ତାରେ ଲାଗିଛି ଶହ ଶହ କାର୍ ଓ ବାଇକର ଲାଇନ୍ । କାଉଂଟରରେ ସରକାରୀ ଫି ଡିପୋଜିଟ୍ ପାଇଁ ବି ଖଚାଖଚ ଭିଡ଼ । କାଉଂଟର ଭିତରେ କର୍ମଚାରୀମାନେ ଏସିରେ ବସିଥିବାବେଳେ ଲୋକେ କିନ୍ତୁ ବିନା ଏସିରେ ସନ୍ତୁଳି ହେଉଛନ୍ତି । ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନରେ ଘରେ କିିମ୍ବା ବାହାରେ ଆବେଦନ କରିବାକୁ ପଡ଼ିବ । କାରଣ ଆରଟିଓ ଅଫିସରେ ଅନଲାଇନରେ ଆବେଦନ କରିବାରେ ସାହାଯ୍ୟ କରିବାକୁ କେହି ନାହାନ୍ତି । ଘରେ କିମ୍ବା ବାହାରେ କୌଣସି ଘରୋଇ କିଓସ୍କରେ ଆବେଦନ କଲେ ବି ଆପଣଙ୍କୁ କାଉଂଟରରେ ଆସି ଟଙ୍କା ଜମା କରିବାକୁ ପଡ଼ିବ । କାରଣ ଅନଲାଇନରେ ଟଙ୍କା ଜମା କରିବାକୁ ଚାହିଁଲେ ବି ଟଙ୍କା ଜମା ହେଉନି । ସର୍ଭର ଅଚଳ ।
ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ପ୍ରଥମେ ଲର୍ନିଂ ଲାଇସେନ୍ସ ଓ ପରେ ଡ୍ରାଇଭିଂ ଲାଇସେନ୍ ମିଳିଥାଏ । ଏଥିପାଇଁ ସରକାରୀ ଫି ପ୍ରାୟ ୧ ହଜାର ଟଙ୍କା ଥିବା ବେଳେ ଘରୋଇ ମଧ୍ୟସ୍ଥମାନେ ଲୋକଙ୍କଠାରୁ ୧୮୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନେଉଥିବା ଦେଖାଯାଉଛି ।