କଲେଜ ମାଟି ମାଡି ନଥିବା ଏହି ବ୍ୟକ୍ତି ଏବେ ଜାପାନର ସବୁଠାରୁ ଶ୍ରେଷ୍ଠ ଧନୀ, ଜାଣନ୍ତୁ ପୁରା କାହାଣୀ

206

କନକ ବ୍ୟୁରୋ : ଆଜି ଯୁବ ସମାଜ ଟଙ୍କା ରୋଜଗାର କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । କିଛି ଯୁବକ ଯୁବତୀ ଚାକିରୀ ପଛରେ ନଗୋଡାଇ ଆତ୍ମନିର୍ଭର ହେବାକୁ ବି ପସନ୍ଦ କରୁଛନ୍ତି    । ହେଲେ ଆମ ମନରେ ଗୋଟିଏ ବିଶ୍ୱାସ ରହିଛି କି ଯଦି ଆମେ ଉଚ୍ଚ ଶିକ୍ଷିତ ନହେବା ତେବେ ଟଙ୍କା ରୋଜଗାର କରିବା କଷ୍ଟସାଦ୍ଧ୍ୟ । ହେଲେ ଜାପାନର ଶ୍ରେଷ୍ଠ ଧନୀ ହୋଇଥିବା ବ୍ୟକ୍ତିଙ୍କ ବାବଦରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଇଲେକ୍ଟ୍ରୋନିକ୍ସ ସେନସର ନିର୍ମାତା କେୟେନ୍ସ କ୍ରପର ସଂସ୍ଥାପକ ତାକେମିସ୍ତୁ ତାକିଜାକି ଏବେ ଜାପାନର ସର୍ବଶ୍ରେଷ୍ଠ ଧନୀ ହୋଇଛନ୍ତି । ସେ ଜାପାନର ଅରବପତି ତଦାସୀ ୟାନାଇଙ୍କୁ ପଛରେ ପକାଇ ଏହି ସ୍ଥାନରେ ପହଂଚି ପାରିଛନ୍ତି । ହେଲେ ତାଙ୍କ ସଂଘର୍ଷମୟ କହୋଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବ୍ଲମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ମୁତାବକ ତାକିଜାକିଙ୍କ ସଂପତି ଏବେ ୩୮.୨ ବିଲିୟନ ଡଲାର (୨୮୦୦ ଅରବ ଟଙ୍କା) ରୁ ଅଧିକ । କାରଣ ତାଙ୍କ କମ୍ପାନୀୟ ସେୟାର ଗତବର୍ଷ ତୁଳନାରେ ସୋମବାର ସୁଦ୍ଧା ପାଖା ପାଖି ୨ ଗୁଣ ବୃଦ୍ଧି ପାଇଛି । ସେହିଭଳି ତାଙ୍କ ପଛରେ ଥିବା ତାନାଇଙ୍କ ସଂପତି ରହିଛି ୩୫.୫ ବିଲିୟନ ଡଲାର ।

ବ୍ଲୁମବର୍ଗର ରିପୋର୍ଟ ମୁତାବକ ତାକିମେସ୍ତୁ କେବଳ ସ୍କୁଲରେ ପାଠ ପଢିଛନ୍ତି । ସେ କେବେ ବି କଲେଜ ଯାଇ ନାହାନ୍ତି । ହେଲେ ଇଲେକ୍ଟ୍ରୋନିକ୍ସ ସେନସର ଆବିସ୍କାର କରିବାରେ ସେ ବେସ୍ ସହାୟକ ହୋଇଥିଲେ । ୭୬ ବର୍ଷିୟ ଏହି ବ୍ୟକ୍ତି ଏତେ ଅଳ୍ପ ଶିକ୍ଷାଗତ ଯୋଗ୍ୟତାରେ ଏତେବଡ କମ୍ପାନୀର ମାଲିକ ହେବା ସହ ଜାପାନର ଶ୍ରେଷ୍ଠଧନୀ ହେବା କିଛି କମ୍ କଥା ନୁହେଁ ।

ତାକିଜାକି ୧୯୭୪ ମସିହାରେ କେୟେନ୍ସ କମ୍ପାନୀର ସ୍ଥାପନା କରିଥିଲେ । ଇଣ୍ଡଷ୍ଟ୍ରି ଗୁଡିକରେ ବ୍ୟବହାର ହେଉଥିବା ସେନସର, ମାପ ଉପକରଣ, ମେସିନ ଭିଜନ ସିଷ୍ଟମ ଓ ଅନ୍ୟ କିଛି ଉପକରଣ ନିର୍ମାଣ କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ ତାକିଜାକି । ୨୦୧୫ ରେ ସେ କେୟେନ୍ସ କମ୍ପାନୀର ଅଧ୍ୟକ୍ଷ ପଦରୁ ହଟିବା ପରେ ଏବେ ସେ ସେହି କମ୍ପାନୀର କାମଚଳା ଅଧ୍ୟକ୍ଷ ପଦରେ ରହିଛନ୍ତି    ।