ଆସିଲା ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା : ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସବୁଠୁ ଧନୀ ମନ୍ତ୍ରୀ

668

କନକ ବ୍ୟୁରୋ : ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ତେବେ ୨୦୨୧ ପାଇଁ ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ତାଲିକା ୱେବସାଇଟରେ ଉପଲବ୍ଧ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସବୁଠୁ ଧନୀ ମନ୍ତ୍ରୀ ଥିବା ଜଣାପଡ଼ିଛି । ନବ ଦାସଙ୍କ ପାଖରେ ରହିଛି ୬୫ଟି ଗାଡ଼ି ।

ଏବେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୯୮୦ ସମିହାର ଆମ୍ବାସାଡ଼ର କାର ରହିଛି । ସେହିପରି ଭୁବନଶ୍ୱର ଷ୍ଟେଟବ୍ୟାଙ୍କ ଶାଖାରେ ୨୧ ଲକ୍ଷ ୭୧ ହଜାର ଟଙ୍କା, ହିଞ୍ଜିଳିକାଟୁ ଏସବିଆଇ ଶାଖାରେ ୧୪ ହଜାର ୪୮୮ ଟଙ୍କା, ବ୍ୟାଙ୍କ ଅଫ ଇଣ୍ଡିଆରେ ୧ କୋଟି ୧୧ ଲକ୍ଷ ୨୬ ହଜାର ୩୭୯ ଟଙ୍କାର ଫିକ୍ସ ଡିପୋଜିଟ୍ ଥିବା ଜଣାପଡ଼ିଛି ।