ଅଭିନେତ୍ରୀ ଋଚା ଚଢା ସିନେମା ସହ ଜଡିତ ରହିଥିବା ବେଳେ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ସକ୍ରିୟ ଥାଆନ୍ତି । ସେ ବ୍ୟକ୍ତିଗତ , ରାଜନୀତି ଏବଂ ପରିବେଶ ପ୍ରଦୂଷଣ ଉପରେ ବିଭିନ୍ନ ପୋଷ୍ଟ୍ ସେୟାର୍ କରିଥାନ୍ତି । ନିକଟରେ ସେ ଏକ ଭିଡିଓ ରିଟ୍ୱିଟ୍ କରିଥିଲେ , ଯେଉଁଥିରେ ଜଣେ ଯୁବତୀଙ୍କ ଆଇଫୋନ୍ ସମୁଦ୍ରରେ ପଡିଯାଇଥିବା ବେଳେ କିଭଳି ଗୋଟିଏ ହ୍ୱେଲ୍ ମାଛ ଆସି ଫୋନ୍ ଫେରାଉଛି ତାହାର ଦୃଶ୍ୟ ରହିଛି । ଏହି ଘଟଣା ନରୱେର ହେମରଫେଷ୍ଟ୍ ହାର୍ବରରୁ ବୋଲି ଜଣାପଡିଛି । ୨ ଜଣ ଯୁବତୀ ଏହି ଫ୍ରେଣ୍ଡଲି ହ୍ୱେଲ୍ ମାଛକୁ ଦେଖିବାକୁ ଆସିଥିଲେ ଏବଂ ଏହି ସମୟରେ ଜଣେ ଛାତ୍ରୀଙ୍କ ଫୋନ୍ ସମୁଦ୍ର ପାଣିରେ ପଡିଯାଇଥିଲା ।

Advertisment

publive-image

ଆଶ୍ଚର୍ଯ୍ୟର କଥା , ପାଣି ଭିତରେ ଥିବା ହ୍ୱେଲ୍ ମାଛ ବିନା ସମୟ ଅପଚୟ କରି ଯୁବତୀଙ୍କୁ ଫୋନ୍ ଫେରାଇଥିଲେ । ଆପଣଙ୍କୁ କହିରଖୁଛୁ , ଏହି ବେଲୁଗା ହ୍ୱେଲ୍ କୁ ନେଇ ଗୁଜବ ଉଡୁଛି ଯେ ଋଷ୍ ର ନେବଲ୍ ଟ୍ରେନିଙ୍ଗ୍ ରୁ ଏହି ମାଛ ଖସିଆସିଛି । କିଛି କିଛି ଏହାକୁ ଗୁଇନ୍ଦା ମାଛ ବୋଲି ବି କହୁଛନ୍ତି । କୁହାଯାଉଛି ଯେ , ନେବଲ୍ ଟ୍ରେନିଙ୍ଗ୍ ରେ ଏଭଳି ହ୍ୱେଲ୍ ମାଛଙ୍କୁ କ୍ୟାମେରା , ହତିଆର ଏବଂ ଏହିଭଳି ସ୍ପେଶାଲ୍ ଅପରେସନ୍ ର ଟ୍ରେନିଙ୍ଗ୍ ଦିଆଯାଉଛି । ଏଥିପାଇଁ ଯୁବତୀଙ୍କୁ ମାଛ ଫୋନ୍ ଫେରାଇଥିବାର ବୋଲି କୁହାଯାଉଛି କିନ୍ତୁ ଏହାକୁ ଅଫିସିଆଲି ଭାବେ ଘୋଷଣା କରାଯାଇନାହିଁ । କୌତହଳର ବିଷୟ ହେଉଛି, ଆଇଫୋନ୍ ଫେରାଇଲା ବେଳେ ହ୍ୱେଲ୍ ମୁହଁରେ ଥିବା ହସ ଏବେ ଇଣ୍ଟରନେଟ୍ ର କ୍ୟୁଟ୍ ଫଟୋ ବୋଲି କୁହାଯାଉଛି ।