ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ବିରୋଧରେ ଅଭିଯୋଗ ପ୍ରସଙ୍ଗ ! ସୁପ୍ରିମକୋର୍ଟ କହିଲେ ବିତ୍ତଶାଳୀ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ହାତରେ ନାହିଁ ସୁପ୍ରିମକୋର୍ଟ କଣ୍ଟ୍ରୋଲ୍ କରିବାର ରିମୋଟ୍

176

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଂଜନ ଗୋଗୋଇଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଏବଂ ତାଙ୍କ ଅଭିଯୋଗ ସହ ଜଡିତ ଥିବା ମାମଲାରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟର ବେଞ୍ଚ୍ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କୋର୍ଟ ତରଫରୁ କୁହାଯାଇଛି ଯେ ଦେଶର କିଛି ଅଦାଲତ କିଛି ଶକ୍ତିଶାଳୀ ତଥା ସମ୍ଭ୍ରାନ୍ତଶ୍ରେଣୀର ଲୋକଙ୍କ କଥା ଅନୁସାରେ କାମ କରିପାରିବେ ନାହିଁ । ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ ଗତ ୩ ରୁ ୪ ବର୍ଷ ଭିତରେ ଲଗାତାର ସୁପ୍ରିମକୋର୍ଟକୁ ଟାର୍ଗେଟ୍ କରାଯାଉଛି ।

ନ୍ୟାୟମୂର୍ତ୍ତି ଅରୁଣ ମିଶ୍ରା , ଆର.ଏଫ୍ ନରିମନ୍ ଏବଂ ଦିପକ୍ ଗୁପ୍ତାଙ୍କ ତିନି ସଦସ୍ୟ ବିଶେଷ ପୀଠରେ ଚିନ୍ତା ଜାହିର କରି ଗୁରୁବାର କହିଛନ୍ତି ଯେ ବିଗତ ୩ ରୁ ୪ ବର୍ଷ ଭିତରେ ସୁପ୍ରିମକୋର୍ଟ ଉପରେ ଅନେକ ପ୍ରଶ୍ନ ଉଠାଯାଇଛି କିନ୍ତୁ ସୁପ୍ରିମକୋର୍ଟର ଫଇସଲାକୁ କିଛି ଧନୀଶ୍ରେଣୀର ଲୋକ ରିମୋଟ୍ ଜରିଆରେ କଣ୍ଟ୍ରୋଲ୍ କରିପାରିବେ ନାହିଁ ।