କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ଚାଉଳ ରପ୍ତାନୀ ଉପରେ ବଡ ନିଷ୍ପତ୍ତି ନିଆଯିବା ପରେ ଏବେ ଦେଶରେ ଚାଉଳର ଦାମ ଶସ୍ତା ହୋଇଛି । ସାଧାରଣ ଚାଉଳର ଦାମ କୁଇଣ୍ଟାଲ ପ୍ରତି ୨୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଥିବା କଥା କୁହାଯାଇଛି । କିଛିଦିନ ତଳେ କେନ୍ଦ୍ର ସରକାର ଖୁଦ ଚାଉଳର ବିଦେଶ ରପ୍ତାନୀ ଉପରେ ରୋକ ଲଗାଇଥିଲେ । ଏହା ଫଳରେ ଏବେ ଚୀନରେ ମଧ୍ୟ ଖାଦ୍ୟ ସଂକଟ ଦେଖାଦେବ ବୋଲି ଅନୁମାନ କରାଯାଇଛି ।

Advertisment

ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ଗୋଟିଏ ସପ୍ତାହ ମଧ୍ୟରେ ସମସ୍ତ ପ୍ରକାର ଚାଉଳର ଦାମ କୁଇଣ୍ଟାଲ ପ୍ରତି ୧୦୦ ଳରୁ ୨୦୦ ଟଙ୍କା ପର୍ଯ୍ୟନ୍ତ କମ ହୋଇଛି । ଗୋଟିଏ ମାସ ପୂର୍ବରୁ ଚାଉଳର ମୁଲ୍ୟ କିଲୋପ୍ରତି ୩୭.୪୧ ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ କିଲୋପ୍ରତି ୩୬ ଟଙ୍କାରୁ ତଳକୁ ଖସିଛି ।

ସୂଚନା ଥାଉକି ଚୀନ ପରେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଚାଉଳ ଉତ୍ପାଦକ ଦେଶ । ବିଶ୍ୱ ବଜାରରେ ଭାରତୀୟ ଚାଉଳର ଭାଗ ୪୦ ପ୍ରତିଶତରୁ ଅଧିକ । ଭାତର ୨୦୨୧-୨୨ ଆର୍ଥିକ ବର୍ଷରେ ୨.୧୨ କୋଟି ଟନ୍ ଚାଉଳ ରପ୍ତାନୀ କରିଛି । ଏହା ମଧ୍ୟରେ ୩୪.୯ ଲକ୍ଷ ଟନ ବାସୁମତି ଚାଉଳ ବି ରହିଛି ।