ସମବାୟ ସମିତିରୁ ଧାନ ନେଇ ଚାଉଳ ନଦେବା ମାମଲା : ୨ଜଣ ରାଇସ ମିଲ ମାଲିକ ଗିରଫ ନେଇ ଟ୍ୱିଟ୍ କଲେ କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ବିକେ ଶର୍ମା

8

କନକ ବ୍ୟୁରୋ : ସମବାୟ ସମିତିରୁ ଧାନ ନେଇ ଚାଉଳ ନଦେବା ମାମଲାରେ ୨ଜଣ ରାଇସ ମିଲ ମାଲିକ ଗିରଫ । କ୍ରାଇମବ୍ରାଂଚର ଇଓଡବ୍ଲୁ ୨ଜଣ ରାଇସ ମାଲିକଙ୍କୁ ଗିରଫ କରିଥିବା ନେଇ ଟ୍ୱିଟ୍ କରିଛନ୍ତି କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ବିକେ ଶର୍ମା ।

ବଡଚଣା ସାବିତ୍ରୀ ଇଣ୍ଡଷ୍ଟ୍ରିଜ ମାଲିକ ଦିଲ୍ଲୀପ ଅଗ୍ରୱାଲ ଓ ଭଦ୍ରକର ଗଣପତି ଇଣ୍ଡଷ୍ଟ୍ରିଜ ମାଲିକ ପଙ୍କଜ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି । ପଙ୍କଜ ଅଗ୍ରୱାଲ ୧କୋଟି ୨୨ଲକ୍ଷ ଟଙ୍କା ଓ ଦିଲ୍ଲୀପ ଅଗ୍ରୱାଲ ୩କୋଟି ଟଙ୍କାର ଚାଉଳ ଦେଇନଥିବା ନେଇ ମାମଲା ଚାଲିଛି । ଗିରଫ ରାଇସ ମିଲ ମାଲିକଙ୍କୁ କୋର୍ଟ ଚାଲାଣ କରାଯିବ । ଇଓଡବ୍ଲୁର ୨ଟି ଟିମ୍ ମାମଲାର ତଦନ୍ତ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.