କନକ ବ୍ୟୁରୋ : ସମବାୟ ସମିତିରୁ ଧାନ ନେଇ ଚାଉଳ ନଦେବା ମାମଲାରେ ୨ଜଣ ରାଇସ ମିଲ ମାଲିକ ଗିରଫ । କ୍ରାଇମବ୍ରାଂଚର ଇଓଡବ୍ଲୁ ୨ଜଣ ରାଇସ ମାଲିକଙ୍କୁ ଗିରଫ କରିଥିବା ନେଇ ଟ୍ୱିଟ୍ କରିଛନ୍ତି କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ବିକେ ଶର୍ମା ।
ବଡଚଣା ସାବିତ୍ରୀ ଇଣ୍ଡଷ୍ଟ୍ରିଜ ମାଲିକ ଦିଲ୍ଲୀପ ଅଗ୍ରୱାଲ ଓ ଭଦ୍ରକର ଗଣପତି ଇଣ୍ଡଷ୍ଟ୍ରିଜ ମାଲିକ ପଙ୍କଜ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି । ପଙ୍କଜ ଅଗ୍ରୱାଲ ୧କୋଟି ୨୨ଲକ୍ଷ ଟଙ୍କା ଓ ଦିଲ୍ଲୀପ ଅଗ୍ରୱାଲ ୩କୋଟି ଟଙ୍କାର ଚାଉଳ ଦେଇନଥିବା ନେଇ ମାମଲା ଚାଲିଛି । ଗିରଫ ରାଇସ ମିଲ ମାଲିକଙ୍କୁ କୋର୍ଟ ଚାଲାଣ କରାଯିବ । ଇଓଡବ୍ଲୁର ୨ଟି ଟିମ୍ ମାମଲାର ତଦନ୍ତ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/tweet.jpg)