ସୁବର୍ଣ୍ଣପୁର ଜମିରା ଛକରେ ଜଳିଗଲା ଚାଉଳ ବୋଝେଇ ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର ଓ ହେଲପର

41

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା କମିରା ଛକରେ ଜଳିଗଲା ଏକ ଚାଉଳ ବୋଝେଇ ଟ୍ରକ୍ । ଟ୍ରକ୍ଟି ରାଇସ୍ ମିଲ୍ରୁ ଚାଉଳ ବୋଝେଇ କରି ଡୁଙ୍ଗୁରିପାଲିକୁ ଯାଉଥିବା ବେଳେ ବିନିକା-ରାମପୁର ରାସ୍ତାର କାମିରା ଛକରେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ବି ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି ।

ତେବେ ଏହି ଘଟଣାରେ ଅଳ୍ପକେ ବର୍ତିଯାଇଛନ୍ତି ଟ୍ରକ୍ ଡ୍ରାଇଭର ଏବଂ ହେଲପର । ଖବର ପାଇ ବିନିକା ଏବଂ ରାମପୁର ଦମକଳବାହିନୀ ଘଟଣାସ୍ଥଳରେ ପହଂଚିଛି ନିଆକୁ ଆୟତ କରିଥିଲେ । ବଡ଼ କଥା ହେଉଛି ରାସ୍ତା ଉପରେ ଟ୍ରେକ୍ଟି ଜଳିଯାଉଥିବା ବେଳେ ଶହ ଶହ ଗାଡ଼ି ମଟର ରାସ୍ତାରେ ଅଟକ ରହିଥିଲା । ଏମିତି କି କିଛି ପେଟ୍ରୋଲ ଟ୍ରକ୍ ମଧ୍ୟ ରାସ୍ତାରେ ଅଟକିଥିବା ଦେଖିବାକୁ ମିଳିଛି ।