ରାଜଧାନୀରେ ଖୋଲିଲା ଚାଉଳ ଏଟିଏମ୍ ; ଜାଣନ୍ତୁ ହିତାଧିକାରୀଙ୍କୁ ମିଳିବ କେତେ ଚାଉଳ...

ରାଜଧାନୀରେ ଖୋଲିଲା ଚାଉଳ ଏଟିଏମ୍ ; ଜାଣନ୍ତୁ ହିତାଧିକାରୀଙ୍କୁ ମିଳିବ କେତେ ଚାଉଳ...

କନକ ବ୍ୟୁରୋ: ଭୁବନେଶ୍ୱର ରେ ଖୋଲିଲା ଦେଶର ପ୍ରଥମ stand alone ଚାଉଳ ଏଟିଏମ୍ । ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ଚାଉଳ । ଫଳରେ ଲୋକେ ଆଉ ଡିଲରଙ୍କ ଦ୍ୱାରା ଠକାମୀର ଶିକାର ହେବେନି ।

ଏହି ଏଟିଏମରୁ ଜଣେ ହିତାଧିକାରୀ ପାଇଁ ୨୫ କେଜି ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି । ସବୁ ଜିଲ୍ଲାର ଯେକୌଣସି ହିତାଧିକାରୀ ଏହି ଏଟିଏମରୁ ଚାଉଳ ନେଇପାରିବେ । ଫଳରେ ପୁରା ରାଜ୍ୟରେ ଚାଉଳ ଦଲାଲି ସହଜରେ ବନ୍ଦ ହୋଇପାରିବ ବୋଲି କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe