କନକ ବ୍ୟୁରୋ: ଭୁବନେଶ୍ୱର ରେ ଖୋଲିଲା ଦେଶର ପ୍ରଥମ stand alone ଚାଉଳ ଏଟିଏମ୍ । ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ଚାଉଳ । ଫଳରେ ଲୋକେ ଆଉ ଡିଲରଙ୍କ ଦ୍ୱାରା ଠକାମୀର ଶିକାର ହେବେନି ।
ଏହି ଏଟିଏମରୁ ଜଣେ ହିତାଧିକାରୀ ପାଇଁ ୨୫ କେଜି ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି । ସବୁ ଜିଲ୍ଲାର ଯେକୌଣସି ହିତାଧିକାରୀ ଏହି ଏଟିଏମରୁ ଚାଉଳ ନେଇପାରିବେ । ଫଳରେ ପୁରା ରାଜ୍ୟରେ ଚାଉଳ ଦଲାଲି ସହଜରେ ବନ୍ଦ ହୋଇପାରିବ ବୋଲି କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/51.jpg)