କନକ ବ୍ୟୁରୋ: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ କେଶାଇବାହାଲ ଆରଆଇ ଓ ଅମିନ । ଭୂମିହୀନଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଉଭୟଙ୍କୁ ଗିରଫ କରିଛି କୁଚିଣ୍ଡା ଭିଜିଲାନ୍ସ । ଗିରଫ ବ୍ୟକ୍ତି ହେଲେ କେଶାଇବାହାଲ ରାଜସ୍ୱ ନୀରିକ୍ଷକ ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ । ପୂର୍ବରୁ ମଧ୍ୟ ଜମିଜମା କାଗଜପତ୍ର କରାଇବା ପାଇଁ ଭୂମିହୀନଙ୍କଠାରୁ ଉଭୟ ୩ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହେବା ପରେ ଉଭୟଙ୍କୁ ରେଡ୍ ହ୍ୟାଣ୍ଡରେ ଧରିବାକୁ ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ୍ । ଆଜି ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇ ଓ ଅମିନଙ୍କୁ ଗିରଫ କରାଯାଇଛି । ଉଭୟଙ୍କ ସମ୍ପତ୍ତି ନେଇ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍ ।