ସୁଶାନ୍ତ ରାଜପୁତ ମୃତ୍ୟୁ ଘଟଣା: ପୁଣି ଏନସିବି ଅଫିସରେ ରିୟା ଏବଂ ଭାଇ ସୌଭିକ ହାଜର, ମାସକ ପୂର୍ବେ ଜେଲରୁ ରିୟା ପାଇଥିଲେ ବେଲ୍

190

କନକ ବ୍ୟୁରୋ: ଦୀର୍ଘ ଦିନ ପରେ କ୍ୟାମେରାରେ ସ୍ପଟ ହୋଇଛନ୍ତି ରିୟା । ଅନେକ ମାସ ପରେ ତାଙ୍କୁ କ୍ୟାମରାରେ ସ୍ପଟ କରାଯାଇଛି । ସେ ତାଙ୍କର ଭାଇ ସୋଭିକ ଚକ୍ରବର୍ତ୍ତୀଙ୍କ ସହିତ ନଜର ଆସିଥିଲେ । ସୋମବାର ଦିନ ରିୟା ଏନସିବି ଅଫିସରେ ହାଜିରା ପକାଇଥିଲେ । ରିୟାଙ୍କ ସହିତ ତାଙ୍କ ବାପା ଇନ୍ଦ୍ରଜୀତ ଚକ୍ରବର୍ତ୍ତୀ ଏବଂ ଭାଇ ସୌଭିକ ମଧ୍ୟ ନଜର ଆସିଥିଲେ । ଜାମିନରେ ଆସିବାପରେ ନିୟମ ଅନୁସାରେ ରିୟା ଏବଂ ସୌଭିକ ସମୟ ସମୟରେ ଏନସିବି ଅଫିସରେ ହାଜିରା ପକାଇବା ପାଇଁ ଯିବାକୁ ପଡିବ । ଏହା ପୂର୍ବରୁ  ୩ ଜାନୁଆରୀରେ ରିୟା ଭାଇ ସୌଭିକଙ୍କ ସହିତ  ବାନ୍ଦ୍ରାରେ ଏକ ବିଲଡିଂ ବାହାରେ ନଜର ଆସିଥିଲେ । 

ସୂଚନା ଅନୁସାରେ ରିୟା ଏବଂ ସୌଭିକ ବାନ୍ଦ୍ରାରେ ନୂଆ ଘର ଖୋଜୁଥିବା ନେଇ ଚର୍ଚା କରାଯାଉଛି । ରିୟା ବର୍ତ୍ତମାନ ଜୁହୁତାରା ରୋଡ ସ୍ଥିତ  ପ୍ରାଇମରୋଜ ଆପାଟମେଣ୍ଟରେ  ପରିବାର ସହିତ  ରହୁଛନ୍ତା ସୁଶାନ୍ତ କେସରେ ରିୟା ନାଁରେ ଏଫାୟାର ହୋବାପରେ ରିୟାଙ୍କ ଅଡୁଆ ବଢିଥିଲା । ସିବିଆଇ,ଏନସିବି ଏବଂ ଇଡି ସମସ୍ତଙ୍କ ଜେରାର ସମ୍ମୁଖୀନ ହୋଇଥିଲେ ରିୟା । ସୁଶାନ୍ତ କେସରେ ରିୟାଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା । ରିୟାଙ୍କ ପୂର୍ବରୁ ତାଙ୍କ ଭାଇଙ୍କୁ ମଧ୍ୟ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ କରାଯାଇଥିଲା ।  

ତେବେ ୧୪ ଜୁନରେ ୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ବାନ୍ଦ୍ରା ସ୍ଥିତ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ଘଟଣା ଘଟିବାର କିଛି ଦିନପରେ ସୁଶାନ୍ତଙ୍କର ପରିବାର ବର୍ଗ  ରିୟା ଓ ତାଙ୍କ ପରିବାର ଉପରେ ଟଙ୍କା ହେରଫେରର , ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା ନେଇ ଅଭିଯୋଗ ଆଣିଥିଲେ । ରିୟାଙ୍କୁ ଏନସିବି ୮ ସେପ୍ଟେମ୍ବରରେ ଗିରଫ କରିଥିଲା ।  ଏବଂ ଗୋଟେ ମାସ ପୂର୍ବେ ତାଙ୍କୁ ବେଲ ମିଳିଥିଲା ।