ସୁଶାନ୍ତ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ: ଭିଡିଓ ବାର୍ତା ଜରିଆରେ କହିଲେ, ନ୍ୟାୟପାଳିକା ଉପରେ ରହିଛି ଆସ୍ଥା, ସତ୍ୟର ହେବ ଜୟ

785

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିଆ ଚକ୍ରବର୍ତି ମୁହଁ ଖୋଲିଛନ୍ତି । କହିଛନ୍ତି ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ଭରଷା ଅଛି । ମାମଲା ଏବେ କୋର୍ଟରେ ବିଚାରାଧିନ ରହିଛି, ସେଥିପାଇଁ ସେ ଚୁପ୍ ରହିଛନ୍ତି । ସତ ସାମନାକୁ ଆସିବ ବୋଲି ତାଙ୍କର ପୁରା ଭରସା ରହିଛି ।

ସୋସିଆଲ ମିଡିଆରେ ତାଙ୍କର ଏକ ଛୋଟ ଭିଡିଓ ପୋଷ୍ଟ କରି ଏହା କହିଛନ୍ତି ରିଆ । ରିଆଙ୍କ ନାଁରେ ସୁଶାନ୍ତଙ୍କ ପିତା ଅଭିଯୋଗ କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ରିଆ । ରିଆଙ୍କୁ ଦାୟୀ କରି ସୁଶାନ୍ତଙ୍କ ପିତା ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ନୂଆ ମୋଡ ନେଇଛି ।