କନକ ବ୍ୟୁରୋ: ବଲିଉଡର ଉଦୀୟମାନ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି । କୁପର ହସ୍ପିଟାଲର ଅଟୋପ୍ସି ଷ୍ଟାଫ୍ ଏହି ଖୁଲାସା କରିଛନ୍ତି । ଏହି ଚାଞ୍ଚଲ୍ୟକର ଦାବି ପରେ କ୍ରିପ୍ଟିକ୍ ପୋଷ୍ଟ କରିଛନ୍ତି ସୁଶାନ୍ତଙ୍କ ଘନିଷ୍ଠ ଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ।

Advertisment

୨୦୨୦ ଜୁନ୍ ୧୪ ତାରିଖ ନିଜ ଫ୍ଲାଣ୍ଟରେ ଘଟିଥିଲା ଅଘଟଣ । ବେଡ୍ ଉପରେ ପଡିଥିଲା ସୁଶାନ୍ତଙ୍କ ନିସ୍ତେଜ ଶରୀର । ବିଜୁଳି ଗତିରେ ପୁରା ଦେଶରେ ଖେଳିଗଲା ଏହି ଖବର । ସୁଶାନ୍ତଙ୍କ ମୃତ୍ୟୁକୁ ୨ ବର୍ଷ ବିତିଯାଇଥିଲେ ବି ଏହାର ସଠିକ୍ କାରଣ ଏଯାଏଁ ଏକ ରହସ୍ୟ ହୋଇ ରହିଛି । ପୁଲିସଠାରୁ ଆରମ୍ଭ କରି ପୋଷ୍ଟମର୍ଟମ ରିପୋର୍ଟରେ ସେତେବେଳେ ଏହି ଘଟଣାକୁ ଆତ୍ମହତ୍ୟା ବୋଲି କୁହାଯାଇଥିବାବେଳେ ସୁଶାନ୍ତଙ୍କ ପରିବାର କିନ୍ତୁ ଏହାକୁ ମାନିନଥିଲେ । ଏହା ଏକ ଷଡଯନ୍ତ୍ର ଜନିତ ହତ୍ୟା ବୋଲି ଦାବି କରି ମାମଲା ଦାଏର କରିଥିଲେ ସୁଶାନ୍ତଙ୍କ ବାପା ଓ ଭଉଣୀ ।

ଏହି ଘଟଣା ବର୍ଷକ ଯାଏଁ ଶାନ୍ତ ପଡିଥିବାବେଳେ ଏବେ ଏହି ମାମଲା ପୁଣିଥରେ ମୁଣ୍ଡ ଟେକିଛି । କାରଣ କୁପର ହସ୍ପିଟାଲର ଅଟୋପ୍ସି ଷ୍ଟାଫ୍ ଖୁଲାସା କରିଛନ୍ତି । ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯିବା ପରେ ଏନେଇ ପୋଷ୍ଟ କରିଛନ୍ତି ରିୟା ଚକ୍ରବର୍ତ୍ତୀ । ରିୟା ଲେଖିଛନ୍ତି ଯେ, ‘ତୁମେ ନିଆଁକୁ ପାରି କରିଛ, ଝଡ ତୋଫାନଠାରୁ ନିଜକୁ ବଞ୍ଚାଇଛ, ସୈତାନ ଉପରେ ବିଜୟ ହାସଲ କରିଛ, ... ଆର ଜନ୍ମରେ ଯେବେ ନିଜ ସାମର୍ଥ୍ୟ ଉପରେ ସନ୍ଦେହ ହୁଏ ସେତେବେଳେ ଏହି କଥାକୁ ମନେ ପକାଇବ’