କନକ ବ୍ୟୁରୋ: ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ରିୟା ଚକ୍ରବର୍ତି । ଏବେ ଇଡି ଅଧିକାରୀ ରିୟାଙ୍କୁ ପଚରା ଉଚରା କରୁଛନ୍ତି । ସୁଶାନ୍ତଙ୍କ ସହ ସଂପର୍କ ଓ ଆର୍ଥିକ କାରବାର ନେଇ ପଚରାଉଚରା କରାଯାଉଛି । ରିୟାଙ୍କ ସଂପତି, ଆୟର ସ୍ରୋତ, ବ୍ୟବସାୟିକ କାରବାର, ଖର୍ଚ୍ଚ ବିବରଣୀ ସହ ସୁଶାନ୍ତଙ୍କ ସଂପର୍କ ଉପରେ ରିଆଙ୍କୁ ପଚରା ଉଚରା କରାଯାଇପାରେ । ହାଜର ପାଇଁ ରିୟା ଆଜି ସକାଳେ ଅଧିକ ସମୟ ଦେବାକୁ ଇଡିକୁ ଅନୁରୋଧ କରିଥିଲେ । ସୁପ୍ରିମକୋର୍ଟରେ ଅବେଦନର ଶୁଣାଣି ହେବା ଯାଏଁ ହାଜର ଆଦେଶ ଟାଳିବାକୁ ସେ ଆବେଦନ କରିଥିଲେ । ତେବେ ଇଡି ଆବେଦନକୁ ଖାରଜ କରିଦେବା ପରେ ରିୟା ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।
#SushantSinghRajput death case: Rhea Chakraborty arrives at Enforcement Directorate (ED) office in Mumbai.
ED rejected her earlier request that the recording of her statement be postponed till Supreme Court hearing. pic.twitter.com/MIWYlYMXhT
— ANI (@ANI) August 7, 2020
ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଂଟରୁ ଏକ ବର୍ଷ ମଧ୍ୟରେ ୧୫କୋଟି ଟଙ୍କାର ଲେଣଦେଣ ନେଇ ସନ୍ଦେହ ଘେରକୁ ଆସିଛନ୍ତି ରିୟା । କାଲି ସୁଶାନ୍ତଙ୍କ ହାଉସ ମ୍ୟାନେଜର ତଥା ରିୟାଙ୍କ ବନ୍ଧୁ ସାମୁଏଲ ମିରାଣ୍ଡାଙ୍କୁ ୯ଘଂଟା ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ବିଶେଷ କରି ସୁଶାନ୍ତ ଓ ରିୟାଙ୍କ ସଂପର୍କ ଓ ଆର୍ଥିକ ଲେଣଦେଣ ଉପରେ ସାମୁଏଲଙ୍କୁ ପଚରା ଉଚରା କରାଯାଇଥିବା ସୂଚନା ମିଳିଛି । ସେହିପରି ଅଗଷ୍ଟ ୩ରେ ସୁଶାନ୍ତଙ୍କ ଚାର୍ଟାଡ ଆକାଉଂଟ ସନ୍ଦୀପ ଶ୍ରୀଧରଙ୍କୁ ଇଡି ଜେରା କରିଥିଲା । ସୁଶାନ୍ତଙ୍କ ଆର୍ଥିକ କାରବାର ସଂପୃକ୍ତ ୨ଟି କଂପାନୀ ସହ ରିୟା ଚକ୍ରବର୍ତି ଓ ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତିଙ୍କ କଂପାନୀର ଅର୍ଥ ଲେଣଦେଣ ଏବେ ଇଡିର ରାଡାର ରେ ରହିଛି ।