କନକ ବ୍ୟୁରୋ: ବନ୍ଧା ହେଲେ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ । ଡ୍ରଗ୍ସ କାରବାରରେ ଲିଙ୍କ୍ ଥିବା ଅଭିଯୋଗରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବାନ୍ଧିଲା ପୋଲିସ୍ । ତେବେ ଡ୍ରଗ୍ସ କାରବାର ନେଇ ଗତ ୩ ଦିନ ଧରି ରିୟାଙ୍କୁ ଜେରା କରୁଥିଲା ଏନସିବି । ରବିବାର ଓ ସୋମବାର ଦୁଇ ଦିନ ଧରି ରିୟାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା କରାଯାଇଥିଲା । ଆଜି ଜେରା ବେଳେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଥିଲେ ସୁଶାନ୍ତଙ୍କ ବାନ୍ଧବୀ ।
ଏପରିକି ଯେଉଁ ବଲିଉଡ ପାର୍ଟିରେ ନିଶାକାରବାର ହେଉଥିଲା ଜେରା ବେଳେ ତାହା ମଧ୍ୟ ସୂଚନା ଦେଇଥିଲେ ରିୟା । ଏହା ସହ ୨୫ ବଲିଉଡ କଳାକାରଙ୍କ ଏନସିବି ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କୁ ସମନ କରାଯିବ । ସୁଶାନ୍ତଙ୍କ ସାଥୀ କଳାକାରଙ୍କୁ ବି ସମନ କରାଯିବ । ଆଜି ଭାଇ ସୌଭିକଙ୍କୁ ବସାଇ ରିୟାଙ୍କୁ ସାମନା ସାମନି ଜେରା ପରେ ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବାନ୍ଧିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ।