ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ଡ୍ରଗ୍ସ କାରବାର ଲିଙ୍କ୍ । ୩ ଦିନର ଛାନଭିନ୍ ଏବଂ ୧୯ ଘଂଟାର ଜେରା ପରେ ରିୟା ଚକ୍ରବର୍ତୀଙ୍କୁ ଗିରଫ କଲା ଏନସିବି

ବିହାର ଡିଜିପି କହିଲେ, ରିୟା ଗିରଫ ହେବା ବିହାରର ବିଜୟ, ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠିବା ଜରୁରୀ । ସୁଶାନ୍ତଙ୍କ ଭଉଣୀ ଟୁଇଟ କରି କହିଲେ ଭଗବାନ ତାଙ୍କ ସାଥୀରେ ଅଛନ୍ତି

342

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଆଜି ଆସିଛି ଏକ ନୂଆ ମୋଡ । ଡ୍ରଗ୍ସ କାରବାରକୁ ନେଇ ତିନି ଦିନ ଧରି ରିୟା ଚକ୍ରବର୍ତିଙ୍କୁ ଜେରା କରିବା ପରେ ଆଜି ରିୟାଙ୍କୁ ଗିରଫ କରିଛି ନାରକୋଟିକ୍ସ ବ୍ୟୁରୋ । ଡାକ୍ତରୀ ପରୀକ୍ଷା ଓ କରୋନା ପରୀକ୍ଷା ପରେ କୋର୍ଟରେ କରାଯିବ ହାଜର । ସୂଚନା ଅନୁସାରେ ରିୟାଙ୍କ ଘରୁ କିଛି ଇଲେ କ୍ଟ୍ରୋନିକ୍ସ ସାମଗ୍ରୀ ଜବତ ହୋଇଛି । ଯେଉଁଥିରୁ ବଲିଉଡରେ ଡ୍ରଗ୍ସ କାରବାର ନେଇ ଅଧିକ ଗୁମର ଖୋଲିବା ସଂଭାବନା ରହିଛି । ସେପଟେ ସୁଶାନ୍ତଙ୍କ ଭଉଣୀ ଟୁଇଟ,କରି କହିଛନ୍ତି ଭଗବାନ ତାଙ୍କ ସାଥୀରେ ଅଛନ୍ତି ।

ଗିରଫ ହେଲେ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ

ଯାହା ଅନୁମାନ କରାଯାଉଥିଲା ଶେଷରେ ତାହା ହିଁ ହୋଇଛି । ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତୀଙ୍କୁ ଗିରଫ କରିନେଇଛି ଏନସିବି । ଡ୍ରଗ୍ସ ଲିଙ୍କରେ ତାଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ତିନି ଦିନ ଧରି ଘଂଟାଘଂଟା ଜେରା କରିବା ପରେ ଶେଷରେ ତାଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସୁଶାନ୍ତ ସିଂଙ୍କ ପାଇଁ ଡ୍ରଗ୍ସ ମଗାଉଥିବା ସ୍ୱୀକାର କରିଛନ୍ତି ରିଆ ଚକ୍ରବର୍ତୀ । ଏପରିକି ତାଙ୍କ ଭାଇ ସୌଭିକ ଚକ୍ରବର୍ତୀ ସିଧାସଳଖ ଡ୍ରଗ୍ସ ପେଡଲରଙ୍କ ସହ ସଂପର୍କରେ ଥିଲେ । ତାଙ୍କରି ଜରିଆରେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଉଥିଲେ ରିଆ । ତେବେ ଏନସିବି ଅଧିକାରୀଙ୍କ ଆଗରେ ତୃତୀୟ ଦିନ ବଡ ଖୁଲାସା କରିଛନ୍ତି ରିଆ ଚକ୍ରବର୍ତୀ ।

ଏନସିବିରେ ରିଆଙ୍କ ବୟାନରୁ ଖୁଲାସା

– ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ସେଟ୍ରେ ସେବନ କରାଯାଉଥିଲା ଡ୍ରଗ୍ସ

– ଯେଉଁସବୁ ବଲିଉଡ ପାର୍ଟିରେ ଡ୍ରଗ୍ସ ସେବନ ହେଉଥିଲା ତାର ସୂଚନା ଦେଇଛନ୍ତି ରିଆ

– ରିଆଙ୍କ ଇଲେକ୍ଟ୍ରୋନିକ୍ସ ଡିଭାଇସରୁ ଏନସିବିକୁ ମିଳିଛି ଡ୍ରଗ୍ସ କାରବାରର ତଥ୍ୟ

– ରିଆ ଓ ଭାଇ ସୌଭିକଙ୍କୁ ଜେରା ପରେ ମିଳିଛି ବିଭିନ୍ନ ସମୟରେ ଡ୍ରଗ୍ସ ପାର୍ଟିର ସୂଚନା

ଏହା ପୂର୍ବରୁ ଡ୍ରଗ୍ସ ନେବା କଥାକୁ ବାରମ୍ବାର ଅସ୍ୱୀକାର କରିଆସୁଥିଲେ ରିଆ । ଏପରିକି ଟିଭି ଇଂଟରଭ୍ୟୁରେ ସେ ନିଜେ ଡ୍ରଗ୍ସ ସେବନ କରୁନଥିବା କହିଥିଲେ । କେବଳ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଉଥିବା ସୂଚନା ଦେଇଥିଲେ । ହେଲେ ଏବେ ଏନସିବି ଆଗରେ ସତ ଓଗାଳିଛନ୍ତି ରିଆ । ୨୦୧୭ରୁ ହିଁ ସେ ଡ୍ରଗ୍ସ କାରବାରରେ ସଂପୃକ୍ତ ହୋଇଥିଲେ । ୨୦୧୮ଓ ୨୦୧୯ ବେଳକୁ ରିଆଙ୍କ ବେଆଇନ ଡ୍ରଗ୍ସ କାରବାର ସଂପୃକ୍ତି ବଢିଚାଲିଲା । ଡ୍ରଗ୍ସ ପେଡଲରଙ୍କ ସହ ରିୟା କରିଥିବା ହ୍ୱାଟ୍ସଆପ ଚାଟ୍ ଓ ମେସେଜରୁ ତାଙ୍କର ସିଧାସଳଖ ସଂପୃକ୍ତି ବାବଦରେ ଜାଣିପାରିଛି ନା ର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆଉ ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି ।

ଏହା ପୂର୍ବରୁ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ସମନ କରି ପଚରା ଉଚରା କରିବା ପରେ ଉଭୟଙ୍କୁ ଗିରଫ କରିଥିଲା ଏନସିବି । ଏମାନଙ୍କ ସୂଚନା ଆଧାରରେ ସୁଶାନ୍ତଙ୍କ ଘରୋଇ ସହାୟକ ଦୀପେଶ ସାୱନ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏପର୍ଯ୍ୟନ୍ତ ମାମଲାରେ ରିଆଙ୍କୁ ମିଶାଇ ମୋଟ ୧୦ ଜଣଙ୍କୁ ଗିରଫ କରିସାରିଲାଣି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ।