କନକ ବ୍ୟୁରୋ : ବଲିଉଡରେ ଚମକ ଦେଖାଇବେ ଓଡିଆ ପୁଅ । ପ୍ରସିଦ୍ଧ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମାଙ୍କ ଅପକମିଙ୍ଗ ମୁଭି ‘ଥ୍ରୀଲର’ରେ ସ୍ଥାନ ପାଇଛନ୍ତି ନବରଙ୍ଗପୁର ଜିଲ୍ଲାର ପୁଅ ୱାଜିଦ୍ ଓରଫ୍ ରକ୍ କାଚି । ରାମଗୋପାଳ ବର୍ମା ନିଜେ ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେବା ପରେ ନବରଙ୍ଗପୁରରେ ଖେଳିଯାଇଛି ଖୁସିର ଲହରୀ । ନବରଙ୍ଗପୁର ଉମରକୋଟ୍ ସହରର ତକିର ସାହିର ମହମ୍ମଦ ହାରୁଣ ଲାଥିଆଙ୍କ ନାତି ହେଉଛନ୍ତି ୱାଜିଦ୍ ଓରଫ୍ ରକ୍ । ତେବେ ଆଗାମୀ ବଲିଉଡ୍ ଫିଲ୍ମ ଥ୍ରୀଲରରେ ଏହି ଓଡିଆ ପୁଅ ପାଇଛନ୍ତି ଅଭିନୟର ସୁଯୋଗ , ତା ପୁଣି ହିରୋ ଭାବରେ । ତାଙ୍କ ସହ ଅଭିନେତ୍ରୀ ମଧ୍ୟ ଜଣେ ଓଡିଆ ରହିଛନ୍ତି । ସେ ହେଉଛନ୍ତି ଅପସରା । ୱାଜିଦ୍ ନିଜ ପିଲା ଦିନର ୧୦ ରୁ ୧୫ ବର୍ଷ ସମୟ କାଟିଛନ୍ତି ନବରଙ୍ଗପୁରରେ । ଏବେ ସେ ରହୁଛନ୍ତି ଛତିଶଗଡରେ ।/kanak/media/post_attachments/wp-content/uploads/2020/07/Ec3dfQMUEAA0gg7-300x248.jpg)
ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ରୁଚି ରହିଥିଲା । ଛାତ୍ର ଜୀବନରେ ସେ ସ୍କୁଲ୍ ଓ କଲେଜରେ ଅନେକ ଡ୍ରାମାରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ତାଙ୍କର ପ୍ରତିଭାକୁ ଚିହ୍ନିବା ପରେ ତାଙ୍କୁ ବଲିଉଡରେ ସୁଯୋଗ ଦେଇଛନ୍ତି ପ୍ରସିଦ୍ଧ ବଲିଉଡ୍ ନିର୍ଦ୍ଦେଶକ ରାମଗୋପାଳ ବର୍ମା । ଆଗରୁ ମୁନ୍ନା ଖାଁ ଏବଂ ଶ୍ରୀରାମ ପଣ୍ଡାଙ୍କ ପରି ଓଲିଉଡ୍ ହିରୋଙ୍କ ସୃଷ୍ଟି କରିଥିଲା ନବରଙ୍ଗପୁର ଜିଲ୍ଲା । ଏବେ ବଲିଉଡ୍ ହିରୋ ୱାଜିଦ୍ ଜିଲ୍ଲାର ନାଁ ଉଚ୍ଚା କରିଥିବା କହିଛନ୍ତି ପରିବାର ଓ ସମ୍ପର୍କୀୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/11-16.jpg)