କନକ ବ୍ୟୁରୋ: ରାଉରକେଲାରେ ଡାକ୍ତରଙ୍କୁ କରୋନା । ୨ ଜଣ ଡାକ୍ତରଙ୍କ ଠାରେ ମିଳିଲା କରୋନା ଭୂତାଣୁ । ରାଉରକେଲା ଆରଜିଏଚ ର ୨ ଜଣ ଡାକ୍ତରଙ୍କ ଠାରେ କୋଭିଡ୍ ୧୯ ଭୂତାଣୁ ମିଳିଥିବା ଜଣାପଡିଛି । ଆଜି ସୁନ୍ଦରଗଡରେ ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ଏହା ମଧ୍ୟରୁ ୨ ଜଣ ଡାକ୍ତର କରୋନା ଆକ୍ରାନ୍ତ । ୨ ଜଣ ଡାକ୍ତର କୋଭିଡ୍ ଡାକ୍ତରଖାନା ଏବଂ ସଂଗରୋଧ କେନ୍ଦ୍ରରେ ଚିକିତ୍ସା ଦାୟିତ୍ୱରେ ରହିଥିଲେ । ଡାକ୍ତରଙ୍କ ଠାରେ କରୋନା ପଜିଟିଭ୍ ମିଳିବା ପରେ ସେମାନଙ୍କୁ ସଂଗରୋଧରେ ରଖାଯାଇ ଚିକିତ୍ସା ଆରମ୍ଭ ହୋଇଛି । ସେହପିରି ରାଉରକେଲା ସ୍ୱତନ୍ତ୍ର କାରଗାରର ୬ କଏଦୀ ବି କରୋନା ଆକ୍ରାନ୍ତ ।
ରାଜ୍ୟରେ ଆଉ ୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୭୨ ଜଣ ସଂଗରୋଧ କେନ୍ଦ୍ରରୁ ଥିବାବେଳେ ସ୍ଥାନୀୟ ଅଂଚଳରୁ ୩ ଜଣ ଆକ୍ରାନ୍ତ ରହିଛନ୍ତି । ଏହି ୭୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ହଜାର ୮୫୬କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ସଂକ୍ରମଣରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏହି ମୃତକ ଗଂଜାମ ଜିଲ୍ଲାରୁ , ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି ହୋଇଛି । ୭୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଧାରୁ ୧୮ ଜଣ, ସୁନ୍ଦରଗଡରୁ ୧୮ ଜଣ, ଯାଜପୁରରୁ ୭ ଜଣ, ବଲାଙ୍ଗିର ଓ କଟକରୁ ୫ ଜଣ ଲେଖାଏଁ , ନୟାଗଡ ୪, କେନ୍ଦ୍ରାପଡା ୩ ଆକ୍ରାନ୍ତ ରହିଛନ୍ତି ।
ସେହିପରି ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ପୁରୀ, ନୂଆପଡା, କେନ୍ଦ୍ରାପଡା, ଗଂଜାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ହଜାର ୮୨୬ ରହିଛି । ଏହା ମଧ୍ୟରୁ ୧୧ ଶହ ୨୯ ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ଗଂଜାମରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୫୯୮, ଯାଜପୁରରେ ୩୧୯, ଖୋର୍ଧା ୨୪୪, ବାଲେଶ୍ୱର ୧୯୦, କଟକ ୧୭୨, କେନ୍ଦ୍ରାପଡା ୧୬୬ , ଭଦ୍ରକରେ ୧୪୦ ଜଣ, ବଲାଙ୍ଗିର ୧୨୧ ଏବଂ ପୁରୀରେ ୧୦୧ କୁ ବୃଦ୍ଧି ହୋଇଛି ଆକ୍ରାନ୍ତ ସଂଖ୍ୟା ।