ବର୍ବରତାର ସୀମା ପାର କରିଥିଲା ରେୱାଡି ଗଣଦୁଷ୍କର୍ମ ମାମଲା ! ଜଣେ ଗିରଫ,ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି ପୋଲିସ୍ ।

Advertisment
ବର୍ବରତାର ସୀମା ପାର କରିଥିଲା ରେୱାଡି ଗଣଦୁଷ୍କର୍ମ ମାମଲା ! ଜଣେ ଗିରଫ,ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି ପୋଲିସ୍ ।

source : Times of India

ହରିୟାଣାର ରେଓ୍ଵାଡ଼ି ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ଲୋମଟାଙ୍କୁରା ଥିଲା। ଅଭିଯୁକ୍ତମାନେ ବର୍ବରତାର ସବୁ ସୀମା ଟପିଯାଇଥିଲେ। ଏହା ଏତେ ଭୟାନକ ଥିଲା ଯେ କିଛି ଦୁଷ୍କର୍ମକାରୀ ଅଭିଯୁକ୍ତ ମଧ୍ୟ ଭୟରେ ଥରିବାକୁ ଲାଗିଥିଲେ। ଶେଷରେ ସେମାନେ ଡାକ୍ତର ଡାକି ପୀଡ଼ିତା ଯୁବତୀଙ୍କ ଚିକିତ୍ସା କରାଇଥିଲେ। ଆଜି ଅପରାହ୍ନରେ ପୁଲିସ ମାଷ୍ଟରମାଇଣ୍ଡ୍କୁ ଗିରଫ କରିଛି। ତା’ର ନାମ ନିଶୁ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ତା’ର ଦୋଷ ସ୍ୱୀକାର କରିଛି। ଯୁବତୀଙ୍କୁ ଡଜନେରୁ ଅଧିକ ଲୋକ ଦୁଷ୍କର୍ମ କରିଥିବା ବେଳେ ଏବେ ଯାଏ ମାତ୍ର ଜଣଙ୍କୁ ଗିରଫ କରାଯାଇ ପାରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ହରିୟାଣା ପୁଲିସ ଏକାଧିକ ରାଜ୍ୟରେ ଚଢ଼ଉ ଜାରି ରଖିଛି। ୧୯ ବର୍ଷୀୟା ପୀଡ଼ିତା ଯୁବତୀ ଗୁରୁବାର ରେଓ୍ଵାଡ଼ି ଅନ୍ତର୍ଗତ କୋସ୍ଲିସ୍ଥିତ ନିଜ ଗ୍ରାମରୁ କୋଚିଂ କ୍ଲାସ୍ ପାଇଁ ଯାଉଥିବା ବେଳେ ଅଭିଯୁକ୍ତମାନେ କନିନା ବସ୍ ଷ୍ଟପ୍ ନିକଟରୁ ତାଙ୍କୁ ଅପହରଣ କରିନେଇଥିଲେ।

publive-image

ଚଳନ୍ତା କାର ମଧ୍ୟରେ ପ୍ରଥମେ ତାଙ୍କୁ ନିଶା ଇଂଜେକ୍ସନ୍ ଦେଇଥିଲେ। ସେ ଚେତାଶୂନ୍ୟ ହେବା ପରେ ଅଭିଯୁକ୍ତମାନେ ଜଣକ ପରେ ଜଣେ ଅମାନୁଷିକ ଭାବେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏମିତି ୮ ଘଣ୍ଟା ଧରି ଚାଲିଥିଲା। ଶେଷରେ ଯୁବତୀଙ୍କ ଅବସ୍ଥା ଦେଖି କିଛି ଅଭିଯୁକ୍ତ ଭୟରେ ଥରିଥିଲେ। ଅଧିକାଂଶ ଅଭିଯୁକ୍ତ ପୀଡ଼ିତାଙ୍କ ଗ୍ରାମର ବାସିନ୍ଦା ଥିଲେ। ତେବେ ସେମାନେ ଜଣେ ଡାକ୍ତରଙ୍କୁ ଡକାଇ ଚିକିତ୍ସା କରାଇଥିଲେ। ସେତେବେଳେ ପୀଡ଼ିତା ଯୁବତୀଙ୍କ ରକ୍ତଚାପ ଅତ୍ୟନ୍ତ ତଳକୁ ଖସିଯାଇଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇଥିଲା। ପୁଲିସ ଏବେ ଉକ୍ତ ଡାକ୍ତରଙ୍କୁ ଅଟକ ରଖି ତାଙ୍କୁ ପଚରାଉଚରା କରୁଛି।

publive-image

ପୁଲିସକୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତମାନେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମହେନ୍ଦ୍ରଗଡ଼ର କନିନା ବସ୍ ଷ୍ଟପ୍ ଠାରେ ଛାଡ଼ିଦେଇଥିଲେ। ଏହିଠାରୁ ହିଁ ତାଙ୍କୁ ସେମାନେ ସକାଳେ ଅପହରଣ କରିନେଇ ଦିନସାରା ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ମନୀଷ ପ୍ରଥମେ ପୀଡ଼ିତାଙ୍କ ପିତାଙ୍କୁ ଫୋନ୍ କରି ଜଣାଇଥିଲା ଯେ ସେ ତାଙ୍କ ଝିଅଙ୍କୁ କନିନା ବସ୍ ଷ୍ଟପ୍ ଠାରେ ସଂଜ୍ଞାହୀନ ଅବସ୍ଥାରେ ଦେଖିଛି। ଖବର ପାଇ ପୀଡ଼ିତାଙ୍କ ପିତା ସେଠାରେ ପହଞ୍ଚି ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ।  ଉଲ୍ଲେଖଥାଉ କି ଚିହ୍ନଟ ହୋଇଥିବା ୩ ଜଣ ଅଭିଯୁକ୍ତ ପୀଡ଼ିତାଙ୍କ ନିଜ ଗାଁର ବାସିନ୍ଦା।  ଘଟଣାର ୪ ଦିନ ବିତିଥିଲେ ହେଁ ଏ ପର‌୍ୟ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe