୧୦ ଦିନ ପ୍ରତିକ୍ଷାର ହେଲା ଅନ୍ତ ! ବହୁଚର୍ଚ୍ଚିତ ରେୱାଡି ଗଣଦୁଷ୍କର୍ମ ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍ ।

Advertisment
୧୦ ଦିନ ପ୍ରତିକ୍ଷାର ହେଲା ଅନ୍ତ ! ବହୁଚର୍ଚ୍ଚିତ ରେୱାଡି ଗଣଦୁଷ୍କର୍ମ ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍ ।

source : India TV

ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ହରିୟାଣାର ରେଓ୍ଵାଡ଼ି ଗଣଦୁଷ୍କର୍ମ ମାମଲାର ଆଉ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ପୁଲିସ ଗିରଫ କରିନେଇଛି। ଏମାନଙ୍କୁ ମହେନ୍ଦ୍ରଗଡ଼ ଜିଲ୍ଲାରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ ଘଟଣାର ପ୍ରଥମ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା ବେଳେ ଏହି ଦୁଇଜଣ ଫେରାର ଥିଲେ। ୧୦ ଦିନ ପରେ ପୁଲିସ ସେମାନଙ୍କୁ ବାନ୍ଧିବାରେ ସଫଳ ହୋଇଛି।

publive-image

ଏହି ଗଣଦୁଷ୍କର୍ମ ମାମଲାର ମାଷ୍ଟରମାଇଣ୍ଡ୍ ନିଶୁକୁ ପୂର୍ବରୁ ଗିରଫ କରାଯାଇଥିଲା। ଅନ୍ୟ ଦୁଇଜଣଙ୍କୁ ଧରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇଟି ଗଠନ ହୋଇଥିଲା। ପୁଲିସ ଅଧିକାରୀମାନଙ୍କୁ ନେଇ ଏକାଧିକ ଟିମ୍ ଗଠନ କରାଯାଇଥିଲା। ହରିୟାଣାର କେତେକ ଜିଲ୍ଲାରେ ଏମାନେ ଚଢ଼ଉ ଅଭିଯାନ ଜାରି ରଖିଥିଲେ। ତେବେ ୧୦ ଦିନ ଧରି ଝାଳନାଳ ହେବା ପରେ ହରିୟାଣା ପୁଲିସ ଅଭିଯୁକ୍ତ ପଂକଜ ଓ ମନୀଷକୁ ଗିରଫ କରିଛି। ଅଭିଯୁକ୍ତ ପଂକଜ ଜଣେ ଭାରତୀୟ ଯବାନ ବୋଲି ଜାଣିବାକୁ ମିଳିଛି। ହରିୟାଣା ଡିଜିପି ବି ଏସ୍ ସାନ୍ଧୁଙ୍କ କହିବାନୁସାରେ, ରେଓ୍ଵାଡ଼ି ଗଣଦୁଷ୍କର୍ମ ମାମଲାର ସମସ୍ତ ମୁଖ୍ୟ ଅଭିଯୁକ୍ତ ଏବେ ଗିରଫ ହୋଇଛନ୍ତି। ଏବେ ସେମାନଙ୍କୁ ଜେରା କରାଯାଇ ଦୁଷ୍କର୍ମରେ ସାମିଲ ହୋଇଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ। ସୂଚନା ମୁତାବକ ରେଓ୍ଵାଡ଼ିର ୧୯ ବର୍ଷୀୟା ମେଧାବୀ ଛାତ୍ରୀଙ୍କୁ ଡଜନେରୁ ଊର୍ଦ୍ଧ୍ୱ ଲୋକ ୮ ଘଣ୍ଟା ଧରି ଦୁଷ୍କର୍ମ କରିଥିଲେ। କିନ୍ତୁ ପୁଲିସ କେବଳ ଜଣକୁ ବାନ୍ଧିବାରେ ସଫଳ ହୋଇଥିଲା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ।

publive-image

ଉଲ୍ଲେଖଯୋଗ୍ୟ, ଚଳିତମାସ ୧୨ ତାରିଖରେ ପୂର୍ବ ସିବିଏସ୍ଇ ଟପ୍ପର ଛାତ୍ରୀ ନିଜ ନୟା ଗାଓଁରୁ କୋଚିଙ୍ଗ୍ କ୍ଲାସ୍ ପାଇଁ ଯାଉଥିବା ବେଳେ ତାଙ୍କୁ କନିନା ବସ୍ ଷ୍ଟପ୍ ନିକଟରୁ ଏକ କାର୍ ଯୋଗେ ଅପହରଣ କରିନିଆଯାଇଥିଲା। ଚଳନ୍ତା କାର୍ରେ ତାଙ୍କୁ ୮ ଘଣ୍ଟା ଧରି ଦୁଷ୍କର୍ମ କରାଯାଇଥିଲା। ଦୁଷ୍କର୍ମ ଯୋଗୁ ପୀଡ଼ିତା ଜଣକ ସଂଜ୍ଞାହୀନ ହୋଇପଡ଼ିବା ପରେ ଅଭିଯୁକ୍ତମାନେ ଡାକ୍ତର ଡାକି ତାଙ୍କର ଚିକିତ୍ସା କରାଇଥିଲେ। ଏହାପରେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ କନିନା ବସ୍ ଷ୍ଟପ୍ଠାରେ ଛାଡ଼ି ଚାଲିଯାଇଥିଲେ। ଏହାକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏମିତି କି ହରିୟାଣାର ବିରୋଧୀ ଦଳଗୁଡ଼ିକ ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ଇସ୍ତଫା ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe