କନକ ବ୍ୟୁରୋ : ରିବାର ଅବଦେ୍ଧଶ ପ୍ରତାପ ସିଂ ବିଶ୍ୱବିଦ୍ୟାଳୟର ଉପ ରେଜିଷ୍ଟାର ଲାଲ ସାହବ ସିଂଙ୍କୁ ତାଙ୍କ ଅବସର ଦିନରେ ତାଙ୍କ ସହ କର୍ମଚାରୀମାନେ ଏଭଳି ବ୍ୟବହାର କରିଛନ୍ତି ଯେ ଯାହା ଏକ ସଭ୍ୟ ସମାଜ ପାଇଁ କେବେ ବି ଗ୍ରହଣ ଯୋଗ୍ୟ ନୁହେଁ । ଅବସର ଦିନ ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ଲାଲ ସାହବ ସିଂଙ୍କୁ ଜୋତାମାଳା ପିନ୍ଧାଇବା ସହ ମୁର୍ଦ୍ଦାବାଦ ନାରା ଲଗାଇଥିଲେ । ଏହାର ଜବାବରେ ଲାଲ ସାହବ ସିଂ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
କହିରଖୁ କି ଉପ ରେଜିଷ୍ଟାର ଲାଲ ସାହବ ସିଂ ନଭେମ୍ବର ୩୦ ତାରିଖରେ ନିଜ ପଦରୁ ଅବସର ନେଲେ । ଏହି ଅବସରରେ ଅବଦେ୍ଧଶ ବିଶ୍ୱବିଦ୍ୟାଳୟର ପ୍ରଶାସନ ତରଫରୁ ତାଙ୍କ ପାଇଁ ଏକ ବିଦାୟକାଳୀନ ସମ୍ବୋର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ବି.ଆର ମାଥୁର ସଭାକକ୍ଷରେ ଆୟୋଜିତ କରାଯାଇଥିଲା । ହେଲେ କର୍ମଚାରୀ ୟୁନିୟନ ଏହି ସଭାକୁ ବହିସ୍କାର କରିଥିଲା । ସଭା ପରେ ଯେତେବେଳେ ଲାଲ ସାହବ ସିଂ କୁଳପତିଙ୍କ ଦପ୍ତରକୁ ଯାଇଥିଲେ ସେତେବେଳେ କର୍ମଚାରୀମାନେ ତାଙ୍କୁ ଘେରି ଯାଇଥିଲେ । ଏହାପରେ କର୍ମଚାରୀମାନେ ମିଳିତ ଭାବେ ମୁର୍ଦ୍ଦାବାଦ ନାରା ପକାଇବା ସହ କିଛି କର୍ମଚାରୀ ଲାଲ ସାହବ ସିଂଙ୍କ ଗଳାରେ ଜୋତାମାଳ ପିନ୍ଧାଇ ଦେଇଥିଲେ । ଏହାପରେ ଲାଲ ସାହବ ସିଂ ଜୋତାମାଳ ପିନ୍ଧାଇଥିବା କର୍ମଚାରୀଙ୍କୁ ଧନ୍ୟବାଦ ଦେଇ ସେଠାରୁ ବାହାରି ଯାଇଥିଲେ ।
Rewa: अवधेश प्रताप सिंह विश्वविद्यालय के डिप्टी रजिस्ट्रार से उनके रिटायरमेंट पर बदसलूकी की गई. यूनिवर्सिटी के कर्मचारी यूनियन के पदाधिकारियों ने डिप्टी रजिस्ट्रार को जूते की माला भेंट की और मुर्दाबाद के नारे लगाए. जवाब में डिप्टी रजिस्ट्रार सिंह ने उन्हें Thank you कहा. pic.twitter.com/BJYYofn3s9
— Nikhil Suryavanshi (@NikhilEditor) December 2, 2021
ଏହାର କାରଣ ଭାବେ କୁହାଯାଇଛି କି ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟର କିଛି କର୍ମଚାରୀ ସେବା ନିବୃତ୍ତ ହୋଇଥିଲେ । ହେଲେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମ୍ବୋର୍ଦ୍ଧତ କରିବାକୁ କୌଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନଥିଲା । ଏହାଥିଲା ଅନ୍ୟ କର୍ମଚାରୀଙ୍କ ଅସନ୍ତୋଷର କାରଣ । ସେମାନଙ୍କ ମନରେ ଧାରଣା ଥିଲା ଯେ ଅନ୍ୟ କର୍ମଚାରୀଙ୍କୁ ବିଦାୟକାଳୀନ ସଭାରେ ସମ୍ମାନିତ ନକରିବା ପଛରେ ଉପ ରେଜିଷ୍ଟାର ଲାଲ ସାହବ ସିଂଙ୍କର ପ୍ରମୁଖ ହାତ ରହିଛି । ଏହାସହ ସିଂ ସର୍ବଦା କର୍ମଚାରୀମାନଙ୍କ ବିରୋଧରେ କାମ କରୁଥିବା ନେଇ ଅନ୍ୟ କର୍ମଚାରୀମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଯାହାର ପ୍ରତିବାଦ ସେମାନେ ଏଭଳି କରିବାକୁ ନିଷ୍ପତ୍ତି ନେଇଥିଲେ ।