ସାଂସଦ  ହେବ ତ ଏମିତି  । ଖାଲି ହାତରେ ସଫା କରିଦେଲେ ସ୍କୁଲ ପାଇଖାନା

112

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତି ପର୍ଯ୍ୟନ୍ତ ବିଜେପିର ସେବା ପଖୱାଡା କାର୍ଯ୍ୟକ୍ରମ ଚାଲିଛି । ଏହି ଅବସରରେ ଏକ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସାଂସଦଙ୍କ ନଜରରେ ପଡିଥିଲା ସ୍କୁଲର ଅପରିଷ୍କାର ପାଇଖାନା । ଏପରି ଅବସ୍ଥା ଦେଖି ବ୍ରସ୍ କି ଗ୍ଲୋବସ୍ ଆଣିବା ଯାଏଁ ଅପେକ୍ଷା କରିନଥିଲେ  । ଖାଲି ହାତରେ ପାଇଖାନା ସଫା କରିଦେଇ ସମସ୍ତଙ୍କୁ ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି ସାଂସଦ ମହୋଦୟ ।

ଅନେକ ସମୟରେ ବିବାଦରେ ରହିଆସୁଥିବା ମଧ୍ୟପ୍ରଦେଶ ରିବା ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଜୋର ଧରିଛି । କାରଣ ଏହି ଭିଡିଓରେ ସାଂସଦ ମହାଶୟ ଖାଲି ହାତରେ ଟୟଲେଟ ସଫା କରୁଥିବା ଦେଖିବାକୁ ମିଳୁଛି । କଥା ହେଉଛି ସାଂସଦ ଜନାର୍ଦ୍ଦନ ମିଶ୍ରା ରିବା ଜିଲ୍ଲାର ଏକ ବାଳିକା ବିଦ୍ୟାଳୟକୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଏହି ଅବସରରେ ସ୍କୁଲ ପରିଦର୍ଶନ କରୁକରୁ ତାଙ୍କ ନଜରରେ ସ୍କୁଲର ଟଏଲେଟ୍ ପଡିଥିଲା, ଯାହା ଅତି ଅପରିଷ୍କାର ହୋଇଥିଲା । ସାଙ୍ଗେ ସାଙ୍ଗେ ଏହାକୁ ନିଜେ ସଫା କରିବାକୁ ନିଷ୍ପତ୍ତି ନେଲେ  । ବ୍ରସ୍ କି କ୍ଲିଞ୍ଜର ଆଣିବା ଯାଏଁ ଆଉ ଅପେକ୍ଷା ନକରି ଖାଲି ହାତରେ ହିଁ ପାଇଖାନାକୁ ସଫା କରିପକାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ପାଇଖାନା ସଫା କରିବାରେ ଏହା ସାଂସଦ ଜନାର୍ଦ୍ଦନ ମିଶ୍ରାଙ୍କ ପାଇଁ ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ସେ ଅନ୍ୟ  କିଛି ସ୍ଥାନରେ ମଧ୍ୟ ସଫା କରିବାର ଖବର ରହିଛି । ଖାଲି ଏତିକି ନୁହେଁ ନିଜେ ରିକ୍ସା ଚଳାଇ ରାସ୍ତାରୁ ଅଳିଆ ଆବର୍ଜନା ସଫା କରୁଥିବାର ମଧ୍ୟ ନଜିର ରହିଛି । ଏହା ବ୍ୟତୀତ ବିବାଦୀୟ ମନ୍ତବ୍ୟକୁ ନେଇ ମଧ୍ୟ ଅନେକ ସମୟରେ ଜନାର୍ଦ୍ଦନ ମିଶ୍ରା ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ତାଙ୍କର ଏପରି ସ୍ୱଚ୍ଛତା କାର୍ଯ୍ୟକୁ ବିରୋଧୀମାନେ କଟାକ୍ଷ କରିଛନ୍ତି ।