ପରପାରିରେ ବିପ୍ଲବୀ କବି ରବି ସିଂ । କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ

ଦୀର୍ଘ ଦିନରୁ ଥିଲେ ଅସୁସ୍ଥ; ଓଡିଆ ସାହିତ୍ୟ ଜଗତରେ ଶୋକର ମାହୋଲ

334

କନକ ବ୍ୟୁରୋ: ପରଲୋକରେ ବିପ୍ଳବୀ କବି ରବି ସିଂ । ଚିକିତ୍ସାଧୀନ ଅବସ୍ଥାରେ କଟକ ବାସଭବନରେ ସେ ଆଖି ବୁଜିଛନ୍ତି । ବାର୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି ସେ ଚିକିତ୍ସିତ ଥିଲେ । ରବି ସିଂଙ୍କ ପରଲୋକ ଓଡିଆ ସାହିତ୍ୟ ଜଗତରେ ସୃଷ୍ଟି କରିଛି ଶୋକର ପରିବେଶ । ୧୯୬୧ ରେ ସାହିତ୍ୟ ଏକାଡେମୀ ସମ୍ମାନ, ୨୦୧୭ରେ ଅତିବଡି ସମ୍ମାନରେ ସମ୍ମାନୀତ ହୋଇଥିଲେ ରବି ସିଂ । ପଥ ପ୍ରାନ୍ତର କବିତା, ଚରମପତ୍ର, ଲାଲ ପାଗୋଡାର ପ୍ରେତ ଓ ଅନ୍ୟ କବିତା, ଭ୍ରୁକୁଟି , ବିଦିନ୍ନ , ପାଦଟିକା ପରି କବିତା ପୁସ୍ତକ ବେଶ୍ ଲୋକପ୍ରିୟ । ରବି ସିଂଙ୍କ ପରଲୋକ ଖବର ଓଡିଆ ସାହିତ୍ୟ ଜଗତରେ ଦୁଃଖ ଖେଳାଇ ଦେଇଛି ।

ପୁଅ ଚନ୍ଦ୍ରଜିତ୍ ସିଂଙ୍କ ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରବି ସିଂଙ୍କୁ ୫ ଦିନଧରି କଟକର ଏସସିବିରେ ଚିକିତ୍ସିତ କରାଯିବାପରେ ତିନି ଦିନ ତଳେ ଘରକୁ ଅଣାଯାଇଥିଲା। ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବି ସିଂ ୧୯୬୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଏବଂ ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ଭଳି ପୁରସ୍କାର ଲାଭ କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଇଚ୍ଛା ଅନୁଯାୟୀ, ରବି ସିଂଙ୍କର ଅନ୍ତିମ ସଂସ୍କାର କଟକର ସତୀଚଉରାଠାରେ କରାଯିବ ବୋଲି ଜଣାଯାଇଛି।