ଧର୍ମଶାଳାରେ ବିଜେପିରେ ବିଦ୍ରୋହ । ସ୍ମୃତିରେଖା ପହିଙ୍କ ପ୍ରାର୍ଥୀତ୍ୱକୁ ବିରୋଧ ।

445

କନକ ବ୍ୟୁରୋ: ଯାଜପୁର ଧର୍ମଶାଳାରେ ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ଦେଖା ଦେଇଛି ବିଦ୍ରୋହ । ଏହି ଆସନରେ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଛି ଦଳ । କିନ୍ତୁ ଆଶାୟୀ ଥିବା ହିମାଂଶୁ ଶେଖର ସାହୁ ଟିକେଟ ପରିବର୍ତନ ପାଇଁ ଆଶା ରଖିଥିବା ବେଳେ ପରିବର୍ତନ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଜାରକା ମେଳଣ ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବା ସହ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ହିମାଂଶୁ । ବିଜେପିର ନୀତି, ବିଚାରଧାରା, ଲୋକଙ୍କ ଭଲପାଇବା ଏବଂ ମାଟିର ସମ୍ମାନ ପାଇଁ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି ହିମାଂଶୁ ।