ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସକୁ ଝଟକା : ତଳ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଦାଖଲ ରିଭ୍ୟୁ ପିଟିସନ ଖାରଜ

କେସ ଡାଏରୀ ଓ ସିଡିଆର ସଂରକ୍ଷଣ ପାଇଁ ଥାନା ଅଧିକାରୀ

237

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସକୁ ଝଟକା । ଜେଏମ୍ଏଫର କୋର୍ଟର ନିର୍ଦ୍ଦେଶକୁ ଖାରଜ କଲେ ସାଲେପୁର ଏଡିଜେ କୋର୍ଟ । ଜେଏମ୍ଏଫସି କୋର୍ଟ ମାହାଙ୍ଗା ପୋଲିସକୁ ଅପୁଡେଟ୍ କେଶ ଡାଏରୀ ଓ ସିଡିଆର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ପୁର୍ନବିଚାର ପାଇଁ ମାହାଙ୍ଗା ଥାନା ଅଧିକାରୀ ଏଡିଜେ କୋର୍ଟ ଯାଇଥିଲେ ।

ଏଡିଜେ କୋର୍ଟ ଏହି ପୁର୍ନବିଚାର ଆବେଦନକୁ ଖାରଜ କରିଦେଇଛନ୍ତି । ୧୦ ତାରିଖ ସକାଳ ୧୦ଟା ୩୦ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ କରିବା ପାଇଁ କୁହାଯାଇଛି । ଏହା ସହ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯିବ ତାହା ମଧ୍ୟଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସିଡିଆର ଦାଖଲ କରିବା ପାଇଁ ଜେଏମ୍ଏଫ୍ସି କୋର୍ଟ କହିଥିଲେ ମଧ୍ୟ ମାହାଙ୍ଗା ପୋଲିସ ସମୟ ମାଗିଥିଲା ।