କନକ ବ୍ୟୁରୋ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏନଏସଜି ପକ୍ଷରୁ ଚାଲିଛି ସୁରକ୍ଷା ଯାଂଚ । ଆଜି ମଧ୍ୟ ଏନଏସଜିର ଟିମ ଡ୍ରୋନ ମାଧ୍ୟମରେ ଦେଖିଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା । ଆଜ ଭୋର ସମୟରେ ଏନଏସଜିର ୩ଜଣିଆ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଯାଂଚ କରିଛନ୍ତି ।
ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଆସିଷ୍ଟାଂଟ କମାଣ୍ଡାଂଟ କୌଶିକ ନାୟକ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ସମ୍ପର୍କରେ ଏନଏସଜି ଟିମକୁ ଅବଗତ କରାଇଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ନେଇ କିଭଳି ବ୍ୟବସ୍ଥା କରାଯାଇଛି, ଆଗକୁ ପ୍ରାଚୀର ନିର୍ମାଣ ହେଲେ କିଭଳି ବ୍ୟବସ୍ଥା ରହିବ ତା ଉପରେ ଆଲୋଚନା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/10-17.jpg)