ମନ୍ତ୍ରୀଙ୍କ ଦକ୍ଷତା ମାପୁଛନ୍ତି ମୁଖ୍ୟମନ୍ତ୍ରୀ : ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଏସସି ଏସଟି ବିଭାଗ ସରିଲା ସମୀକ୍ଷା, ବିଭାଗର ସଫଳତା ନେଇ ରଖୁଛନ୍ତି ରିପୋର୍ଟ

33

କନକ ବ୍ୟୁରୋ : ଆଜିଠାରୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କଠାରୁ ନେବେ ରିପୋର୍ଟ କାର୍ଡ । ପ୍ରଥମ ପର୍ଯ୍ୟାୟରେ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଏସସିଏସିଟି ବିଭାଗର ସମୀକ୍ଷା ହୋଇଛି । ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷା ପରେ ବଦ୍ରି ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଟେକ୍ସଟ ବୁକରେ ସଫଳତା ପାଇଛୁ । ଠିକ ସମୟରେ ପିଲାଙ୍କ ପାଖରେ ବହି ପହଚିଂଛି । ପରୀକ୍ଷା ପରିଚାଳନାରେ ସଫଳତା ପାଇଛୁ ।ଆଦର୍ଶ ବିଦ୍ୟାଳୟରେ ମଧ୍ୟ ସଫଳତା ପାଇଥବା କହିଛନ୍ତି ମନ୍ତ୍ରୀ ବଦ୍ରି ପାତ୍ର । ସେହିପରିି ଏସସି ଏସଟି ବିଭାଗର ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜନଜାତିଙ୍କ କ୍ୱାଲିଟି ଏଜୁକେସନ ଉପରେ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ସ୍କିମରେ ଜନାଜାତିଙ୍କ ଯୋଡିବା ପାଇଁ ନିର୍ଦ୍ଦେଶ ଥିବା ମନ୍ତ୍ରୀ ରମେଶ ମାଝୀ କହିଛନ୍ତି ।

ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୃତି ଅନୁୟାୟୀ କାମ ହେଉଛି ନା ନାହିଁ । ଯୋଜନାକୁ କାର୍ଯ୍ୟର୍କାରୀ କରିବାରେ କେଉଁଠି ଅସୁବିଧା ରହୁଛି । ଖାଲିଥିବା ପଦବୀ ପୂରଣ ପାଇଁ କି ପଦକ୍ଷେପ ନିଆଯାଉଛି । ଏ ସମ୍ପର୍କରେ ବିସ୍ତୁତ ବିବରଣୀ ମନ୍ତ୍ରୀଙ୍କଠାରୁ ଚାହିଁବେ ମୁଖ୍ୟମନ୍ତ୍ରୀ । ଆଜି ତିନିଜଣ ମନ୍ତ୍ରୀଙ୍କ ପାଳି ଥିବାବେଳେ ସପ୍ତାହେ ଧରି ସବୁଦିନ ବିଭିନ୍ନ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଛଡା ପ୍ରତ୍ୟେକ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିବେ ।