ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ : ଅହମ୍ମଦାବାଦ, ମୁମ୍ବାଇ ମଧ୍ୟରେ ହେବାକୁ ଥିବା ପ୍ରକଳ୍ପର ଅଗ୍ରଗତି ନେଇ ଏନଏଚଏସଆର ନିର୍ଦ୍ଦେଶକଙ୍କ ସହ କଲେ ଆଲୋଚନା

163

କନକ ବ୍ୟୁରୋ : ନୂଆ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବୁଲେଟ୍ ଟ୍ରେନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଅହମ୍ମଦାବାଦ୍-ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବୁଲେଟ ଟ୍ରେନ୍ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଜାତୀୟ ଦ୍ରୁତଗାମୀ ରେଳ ପରିଚାଳନାର ନିର୍ଦ୍ଦେଶକ ସତୀଶ ଅଗ୍ନିହୋତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି ।

ଏହି ପ୍ରକଳ୍ପ ପାଇଁ ୧ ହଜାର ୩୯୬ ହେକ୍ଟର ଜମି ଅଧିଗ୍ରହଣ ଆବଶ୍ୟକ ଥିବା ବେଳେ, ୧ ହଜାର ୩୫ ହେକ୍ଟର ଜମି ଅଧିଗ୍ରହଣ ହୋଇଥିବା ଜଣାପଡିଛି । ୫୦୮ କିଲୋମିଟର ଦୂରତାର ଏହି ରେଳ ପ୍ରକଳ୍ପରେ ୮ଟି ଷ୍ଟେସନ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା ଦୀର୍ଘଦିନ ହେଲା ରୂପାୟନ ହୋଇପାରୁ ନାହିଁ । ତେବେ ନୂଆ ରେଳମନ୍ତ୍ରୀ ଆସିବା ପରେ ଏହି ପ୍ରକଳ୍ପର ସମୀକ୍ଷା କରିବା ସହ ଅଗ୍ରଗତି ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।