କନକ ବ୍ୟୁରୋ: ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ଏଥିରେ ପିସିସି ସଭାପତି ନିଂରଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ନବ ଦାସ ଓ ଚିରଞ୍ଜିବି ବିଶ୍ୱାଳ ଉପସ୍ଥିତ ଅଛନ୍ତି । ବୈଠକରେ ୧୧ଟି ଜିଲ୍ଲାର ଜିଲ୍ଲା ସଭାପତି ସାମିଲ ହୋଇଛନ୍ତି ।
ନବରଙ୍ଗପୁର, ନୂଆପଡା, ମାଲକାନଗିରି, କନ୍ଧମାଳ, ରାୟଗଡା, ଝାରସୁଗୁଡା ଜଗତସିଂହପୁର, ଗଂଜାମ ଗଜପତି, କଳାହାଣ୍ଡି ଓ ବୈଦ୍ଧର ଜିଲ୍ଲାସଭାପତିଙ୍କୁ ନେଇ ବୈଠକରେ ଆଲୋଚନା ହେଉଛି । କଂଗ୍ରେସର ସାଂଗଠନିକ ପୂର୍ନଗଠନ ପରେ ପ୍ରଥମ ଥର ପାଇଁ ପିସିସି ସଭାପତିଙ୍କ ସହ ଜିଲ୍ଲା ସଭାପତିଙ୍କ ବୈଠକ ଅନୁଷ୍ଠିତ ହେଉଛି । ଆସନ୍ତାକାଲି ବାକି ଜିଲ୍ଲାର ଜିଲ୍ଲା ସଭାପତିଙ୍କ ସହ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ଉଲ୍ଲେଖ ଥାଉ କି, ରାଜ୍ୟ କଂଗ୍ରେସରେ ‘ଓ୍ଵାନ୍ ମ୍ୟାନ୍, ଓ୍ଵାନ୍ ପୋଷ୍ଟ’ ବିବାଦ ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏ ନେଇ ଜଣକ ପରେ ଜଣେ ନେତା ମୁହଁ ଖୋଲି ବିବାଦୀୟ ମନ୍ତବ୍ୟ ଦେଉଥିବାରୁ କଂଗ୍ରେସ କର୍ମକର୍ତାମାନଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି। ତେବେ ଗତକାଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସରେ ‘ଓ୍ଵାନ୍ ମ୍ୟାନ୍, ଓ୍ଵାନ୍ ପୋଷ୍ଟ’ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସୋମବାର ପ୍ରଚାର କମିଟି ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଦେଇଥିବା ମତାମତକୁ ସମର୍ଥନ କରିଛନ୍ତି। ଏ ନେଇ ଟ୍ଵିଟ୍ କରି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ଯେ, ଜଣେ ବ୍ୟକ୍ତି ଉଭୟ ଦଳୀୟ ପଦବି ଓ ନିର୍ବାଚିତ ପ୍ରତିନିଧି ଭାବେ ରହିପାରିବେନି। ତାଙ୍କୁ ଗୋଟିଏ ପଦବିରେ ରହି ଅନ୍ୟଟି ଛାଡ଼ିବାକୁ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/Sequence-2-01300303.jpg)