ଫୋନିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ । ଆସନ୍ତାକାଲି ସକାଳୁ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ କହିଲେ ନବୀନ ।

256

କନକ ବ୍ୟୁରୋ : ଆଉ ମାତ୍ର ୨୭୫ କିଲୋମିଟର ଦୂରରେ ରହିଛି ବାତ୍ୟା ଫୋନି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ଏହା ପୁରୀ ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୨୫ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି । ଆଉ ବାତ୍ୟା ଫୋନି ସହ ଫାଇଟ କରିବାକୁ ରାଜ୍ୟ ସରକାର ମଧ୍ୟ ଜି ଜାନ ଲଗାଇ ଦେଇଛନ୍ତି । ଏନେଇ ସନ୍ଧ୍ୟାରେ ପୁଣିଥରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ଫୋନି ମୁକାବିଲାର ସମୀକ୍ଷା କରିଛନ୍ତି ।

ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଫୋନି ସହ ଫାଇଟ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ସୁରକ୍ଷା ଓ ନିରପତ୍ତା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏପରିକି ସ୍ଥାନାନ୍ତରଣ ପ୍ରକିୟା ଉପରେ ଗୁରୁତ୍ୱ ଦିଆଯାଇଛି । ଆସନ୍ତାକାଲି ସକାଳେ କୌଣସି ବ୍ୟକ୍ତି ବାହାରକୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ଏପରିକି ବାତ୍ୟା ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ବାହାରକୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।