ବାହୁଡା ଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । କରୋନା ନେଗେଟିଭ ଥିବା ସେବାୟତ ରଥଟଣାରେ ସାମିଲ ହୋଇପାରିବେ । ଆମ ଉପରେ ସାରା ବିଶ୍ୱର ନଜର ରହିଛି । ଶୃଙ୍ଖଳିତ ହୋଇ ସର୍ବଶ୍ରେଷ୍ଠ ପ୍ରଚେଷ୍ଟା କରିବା

659

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ସଂପନ୍ନ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଏବେ ପୁରୀରେ ସେବାୟତମାନଙ୍କର କୋଭିଡ ନମୁନା ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ପୁରୀ ସହରରେ କୋଭିଡ ସଚେତନତା ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ବାହୁଡ଼ା ଯାତ୍ରା ନେଇ ସମୀକ୍ଷାରେ କହିଛନ୍ତି, କେବଳ ନେଗେଟିଭ ଥିବା ବ୍ୟକ୍ତି ରଥଟଣାରେ ସାମିଲ ହୋଇପାରିବେ। ସାରା ବିଶ୍ୱ ଆମ ଉପରେ ନଜର ରଖିଛି। ତେଣୁ ଆମେ ସର୍ବଶ୍ରେଷ୍ଠ ପ୍ରଚେଷ୍ଟା କରିବା ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବାହୁଡ଼ା ଯାତ୍ରା ଓ ସୁନାବେଶ ନୀତିର ଶୃଙ୍ଖଳିତ ପରିଚାଳନା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଶ୍ରୀଗୁଣ୍ଡିଚା ଯାତ୍ରା ସୁଚାରୁରୂପେ ସମ୍ପନ୍ନ ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେବାୟତ, ପୁଲିସ, ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।