ନବୀନ ନିବାସରେ ୩ ଲୋକସଭା କ୍ଷେତ୍ର ପାଇଁ ସମୀକ୍ଷା । କିଏ ହେବେ ପ୍ରାର୍ଥୀ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ।

174

କନକ ବ୍ୟୁରୋ: ଆଜି ନବୀନ ନିବାସରେ ସମ୍ବଲପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଲୋକସଭା କ୍ଷେତ୍ରର ସମୀକ୍ଷା । ପ୍ରଥମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଛି । ବୈଠକ ପରେ ବିଧାୟକ ରୋହିତ ପୂଜାରୀ କହିଛନ୍ତି ୭ଟି ବିଧାନସଭା ସହ ଲୋକସଭା ଆସନ ପାଇଁ ମଧ୍ୟ ଆଲୋଚନା ହୋଇଛି । ଲୋକସଭାରୁ କିଏ ଲଢ଼ିବେ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ ବୋଲି କହିଛନ୍ତି ।

ବୈଠକରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନବ ଦାସଙ୍କ ପୁଅ ବିଶାଳ ଦାସ, ବଣେଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ସାମିଲ ହୋଇଥିଲେ । ସେହିପରି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ, ବିଜେଡି ନେତା ମଙ୍ଗଳା କିଷାନ, ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ, ସାରଦା ନାୟକ ଓ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ବୈଠକରେ ବର୍ତମାନର ସୁନ୍ଦରଗଡ଼ ବିଧାୟକ ଜୁଏଲ ଓରାମଙ୍କୁ ହରାଇବାକୁ ଯୋଜନା କରାଯାଇଛି । ଏହାସହ ଦଳ କିପରି ୭ଟି ବିଧାନସଭା ଆସନରେ ବିଜୟୀ ହେବ, ସେନେଇ ମଧ୍ୟ ସ୍ୱତନ୍ତ୍ର ଯୋଜନା ହୋଇଛି ।
ସେହିପରି ଢେଙ୍କାନାଳର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଆଲୋଚନା କରାଯାଉଛି । ବିଧାୟକ ମୁକେଶ ପାଲ, ରଜନୀକାନ୍ତ ସିଂହ, ସୁଧିର ସାମଲ, ସୀମାରାଣି ନାୟକ, ନୃସିଂହ ସାହୁ, ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି ।